ଉତ୍ତରପ୍ରଦେଶରେ ବ୍ଲାକ ଫଙ୍ଗସ : ୫୪ ଜଣଙ୍କ ଆଖି ନଷ୍ଟ, ୮୦ ଜଣଙ୍କ ମୃତ୍ୟୁ
ଲଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍ତର ପ୍ରଦେଶ ରେ ଏବେ ବ୍ଲାକ ଫଙ୍ଗସ ଆତଙ୍କ ସୃଷ୍ଟି କରୁଛି । ଏଠାରେ ରୋଗୀଙ୍କ ସଂଖ୍ୟା ପ୍ରାୟ ୧ ହଜାରରେ ପହଞ୍ଚିଛି । ୫୪ ଜଣ ରୋଗୀଙ୍କ ଆଖି ହଟାଯାଇଥିବା ବେଳେ ୮୦ ଜଣ ପ୍ରାଣ ହରାଇଲେଣି ।
ମୁରଦାବାଦରେ ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିଛି । ୧୭ ରୋଗୀଙ୍କୁ ହରାଇବାକୁ ପଡିଛି ଆଖି । ବ୍ଲାକ ଫଙ୍ଗସ ଲକ୍ଷଣ ଏଠାରେ ୧୭ ଜଣ ରୋଗୀଙ୍କଠାରେ ଦେଖିବାକୁ ମିଳିଥିଲା । ଏମାନଙ୍କ ସମସ୍ତ ଆଖି ହଟାଇବାକୁ ପଡିଲା । ବାରାଣାସୀରେ ମୋଟ ୧୨୮ ରୋଗୀଙ୍କ ମଧ୍ୟରୁ ୧୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୪ ଜଣଙ୍କୁ ଆଖି କାଢିବାକୁ ପଡିଛି ।