୪ ରାଜ୍ୟ ପାଇଁ ପ୍ରଭାରୀ ନିଯୁକ୍ତ କଲା ବିଜେପି

0

ବିଜେପି (ଭାରତୀୟ ଜନତା ପାର୍ଟି) ପକ୍ଷରୁ ୪ ରାଜ୍ୟ ପାଇଁ ପ୍ରଭାରୀ ଏବଂ ସହ ପ୍ରଭାରୀ ନିଯୁକ୍ତ କରାଯାଇଛି। ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଭାରୀ ନିଯୁକ୍ତ କରିଛି ବିଜେପି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହରିୟାଣା ନିର୍ବାଚନ ପ୍ରଭାରୀ ନିଯୁକ୍ତ କରିଥିବା ବେଳେ ସହପ୍ରଭାରୀ ଭାବେ ବିପ୍ଲବ କୁମାର ଦେବଙ୍କୁ ନିଯୁକ୍ତ କରାଯାଇଛି।

ମହାରାଷ୍ଟ୍ର ପାଇଁ କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କୁ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଥିବା ବେଳେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସହ ପ୍ରଭାରୀ ନିଯୁକ୍ତ କରାଯାଇଛି।

ସେହିଭଳି ଝାଡଖଣ୍ଡ ପାଇଁ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କୁ ସହ ପ୍ରଭାରୀ ଦାୟିତ୍ବ ଦିଆଯାଇଛି। ଜାମୁ-କାଶ୍ମୀର ପାଇଁ କେନ୍ଦ୍ରମନ୍ତ୍ରୀ ଜି.କିଷନ ରେଡ୍ଡୀଙ୍କୁ ପ୍ରଭାରୀ ଭାବେ ନିଯୁକ୍ତ କରଛି ବିଜେପି।

Leave a comment