ବିଜୟ ମୁହାଁ ବିଜେଡି: ୧୩ ରାଉଣ୍ଡ ସୁଦ୍ଧା ୧୪ ହଜାର ୨୧୨ ଭୋଟରେ ଆଗୁଆ ବିଜେଡି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜୟ ମୁହାଁ ବିଜେଡି । ପିପିଲି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରତି ରାଉଣ୍ଡରେ ଆଗୁଆ ରହୁଛନ୍ତି । ରାଉଣ୍ଡ ପରେ ରାଉଣ୍ଡ ଭୋଟ୍ ଗଣତି ଚାଲିଥିବା ବେଳେ ବଢ଼ି ଚାଲିଛି ଭୋଟ୍ ବ୍ୟବଧାନ । ୧୩ତମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ୧୪ ହଜାର ୨୧୨ ଭୋଟରେ ଆଗୁଆ ରହିଛନ୍ତି । ୧୩ ତମ ରାଉଣ୍ଡ ସୁଦ୍ଧ ବିଜେଡିକୁ ୫୦ ହଜାର ୮୮୦ ଭୋଟ୍ ମିଳିଥିବା ବେଳେ ବିଜେପି ଖାତାକୁ ଯାଇଛି ୩୬, ୬୬୮ ଭୋଟ୍ । ଅମାନତ ହରାଇବାକୁ ଯାଉଥିବା କଂଗ୍ରେସକୁ ମିଳିଛି ମାତ୍ର ୨,୭୮୨ ଭୋଟ୍ । ନୋଟାରେ ୪୭୨ ଭୋଟ୍ ପଡ଼ିଛି । ବିଜେଡି ୫୫.୦୯ ପ୍ରତିଶତ ଭୋଟ୍ ପାଇଥିବା ବେଳେ ବିଜେପି ପାଇଛି ୩୯.୭୦ ପ୍ରତିଶତ ଭୋଟ୍ । ସେହିଭଳି କଂଗ୍ରେସକୁ ମିଳିଛି ୩.୦୧ ପ୍ରତିଶତ ଭୋଟ୍ ।