୨୫ରୁ ବନ୍ଦ ରହିବ ଏମ୍ସ ଓପିଡି
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସାରା ଦେଶରେ କରେନାର ଦ୍ୱିତୀୟ ଲହର ଯୋଗୁଁ ଦୈନିକ ସଂକ୍ରମଣ ଦୃତଗତିରେ ବୃଦ୍ଧି ପାଉଛି। ଏଥିରେ ରୋଗୀଠୁ ଆରମ୍ଭ କରି ଡାକ୍ତରମାନେ ମଧ୍ୟ ପଜିଟିଭ ଚିହ୍ନଟ ହେଉଛନ୍ତି। ଭୁବନେଶ୍ୱର ଏମ୍ସରୁ କିଛି କର୍ମଚାରୀ ଓ ରୋଗୀ ପଜିଟିଭ ଚିହ୍ନଟ ହୋଇଥିବାରୁ ଆସନ୍ତା ୨୫ ତାରିଖରୁ ଓପିଡି ବନ୍ଦ ରଖିବାକୁ ନିଷ୍ପତି ହୋଇଛି। ଯେଉଁମାନେ ୨୫ ପୂର୍ବରୁ ଅନଲାଇନରେ ବୁକିଂ କରିଛନ୍ତି ସେହି ରୋଗୀମାନଙ୍କୁ କେବଳ ଅନୁମତି ମିଳିବ। ତେବେ ଟେଲି ମେଡିସିନ୍ ଭଳି କିଛି ସେବା ପୂର୍ବଭଳି ଚାଲୁରହିବ।