ଆସନ୍ତା ୧୦ ରୁ ୧୧ ତାରିଖ ମଧ୍ୟରେ ହୋଇପାରେ ଆଉ ଏକ ବାତ୍ୟା !
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତି ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ । ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଏହା ଦୁଇ ରୁ ତିନିଦିନ ମଧ୍ୟରେ ଏହା ଡିପ୍ରେସନର ରୂପ ନେଇପାରେ ।
ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ରର ପୂର୍ବ ନିର୍ଦ୍ଦେଶକ ଶରତ ସାହୁଙ୍କ କହିବା ଅନୁଯାୟୀ, ” ବର୍ତ୍ତମାନର ଜଳବାୟୁ ସ୍ଥିତି ବାତ୍ୟା ପାଇଁ ପାଗ ସୁହାଉଛି । ବାତ୍ୟା ‘ମହା’ ଦୁର୍ବଳ ହେଲେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରକୁ ବଳ ମିଳିବ । ଆସନ୍ତା ୬ ବା ୭ ତାରିଖ ଆଡ଼କୁ ଏହି ଲଘୁଚାପ କ୍ଷେତ୍ର ଘନୀଭୂତ ହେବାର ସମ୍ଭାବନା ଅଛି । ତେଣୁ ୮ ତାରିଖ ପରେ ଅର୍ଥାତ ନଭେମ୍ବର ୧୦ ରୁ ୧୧ ତାରିଖ ମଧ୍ୟରେ ଏହା ବାତ୍ୟାରେ ପରିଣତ ହୋଇ ଜଗତସିଂହପୁର ଓ ବାଲେଶ୍ୱର ମଧ୍ୟରେ ଲ୍ୟାଣ୍ଡଫଲ କରିବା ସମ୍ଭାବନା ରହିଛି । ଏହି ସମୟରେ ପବନ ବେଗ ୧୦୦ ରୁ ୧୨୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ । ପୁରୀ, କଟକ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଉପରେ ଏହାର ପ୍ରଭାବ ଅଧିକ ରହିବ ।”