ପ୍ରତିମାସରେ ସଚିନଙ୍କୁ ୧୦୦କୋଟି ଟଙ୍କା ସଂଗ୍ରହ କରିବାକୁ କହିଥିଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ : ପୂର୍ବତନ ମୁମ୍ବାଇ ପୁଲିସ କମିସନର ପରମବୀର ସିଂହ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ମୁକେଶ ଅମ୍ବାନୀଙ୍କ ଘର ତଳୁ ବିସ୍ଫୋରକ ଭର୍ତ୍ତି ଗାଡ଼ି ମିଳିବା ଘଟଣା ପ୍ରତିଦିନ ଭିିନ୍ନ ଭିନ୍ନ ମୋଡ଼ ନେବାରେ ଲାଗିଛି। ବିସ୍ଫୋରକ ଭର୍ତ୍ତି ଗାଡ଼ି ମିଳିବା ଘଟଣା ସହ ଗାଡ଼ି ମାଲିକ ମନସୁଖ ହିରେନଙ୍କୁ ହତ୍ୟା କରିିବା ଅଭିିଯୋଗରେ ଏନଆଇଏ ଗିରଫ କରିଥିବା ଏନକାଉଣ୍ଟର ସ୍ପେଶାଲିଷ୍ଟ ସଚିନ ଭାଜେଙ୍କୁ ପ୍ରତିମାସରେ ୧୦୦କୋଟି ଟଙ୍କା ସଂଗ୍ରହ କରି ଦେବା ପାଇଁ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ କହିଥିବା ଭଳି ଚାଞ୍ଚଲ୍ୟକର ତଥ୍ୟ ଏବେ ସାମ୍ନାକୁ ଆସିିଛି। ଏହାର ଖୁଲାସା ମୁମ୍ବାଇର ପୂର୍ବତନ ପୁଲିସ କମିସନର ପରମବୀର ସିଂହ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଲେଖିଥିବା ଚିଠିରେ କରିଛନ୍ତି।
ଚିଠିରେ ଲେଖାଯାଇଛି ଯେ, ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଗତ କିଛି ମାସ ମଧ୍ୟରେ ପୁଲିସର କ୍ରାଇମ ଇଣ୍ଟେଲିଜେନ୍ସ ୟୁନିଟର ନେତୃତ୍ୱ ନେଉଥିବା ସଚିନ ଭାଜେଙ୍କୁ ତାଙ୍କ ସରକାରୀ ବାସଭବନକୁ ଅନେକ ଥର ଡାକିଥିଲେ ଏବଂ ତାଙ୍କ ପାଇଁ ପାଣ୍ଠି ସଂଗ୍ରହରେ ସହାୟତା କରିବାକୁ ବାରମ୍ବାର ନିର୍ଦ୍ଦେଶ ଦେଇଥିଲେ। ଫେବ୍ରୁଆରି ମଧ୍ୟଭାଗରେ ଏବଂ ତା’ପରେ ଗୃହମନ୍ତ୍ରୀ ସଚିନଙ୍କୁ ତାଙ୍କ ସରକାରୀ ବାସଭବନକୁ ଡାକିଥିଲେ। ସେଠାରେ ଗୃହମନ୍ତ୍ରୀଙ୍କ ସହ ଜଣେ କିମ୍ବା ଦୁଇଜଣ କର୍ମଚାରୀ ଏବଂ ତାଙ୍କ ବ୍ୟକ୍ତିଗତ ସଚିବ ପାଲାଣ୍ଡେ ମଧ୍ୟ ଉପସ୍ଥିତ ଥିଲେ। ଗୃହମନ୍ତ୍ରୀ ସଚିନଙ୍କୁ ଡ଼କାଇ ମାସକୁ ୧୦୦କୋଟି ଟଙ୍କା ଜମା କରିବାକୁ କହିଥିଲେ। ଏହା ସହ ୧୦୦କୋଟି ଟଙ୍କା ଜମା କରିବାର ଲକ୍ଷ୍ୟ ପୂରଣ କରିବାକୁ ମୁମ୍ବାଇର ୧୭୫୦ଟି ବାର, ରେସ୍ତୋରାଁରୁ ଟଙ୍କା ଆଦାୟ କରିବାକୁ ସଚିିନକୁ କହିଥିଲେ ଅନୀଲ ଦେଶମୁଖ।
ତେବେ ପରମ ବୀର ସିଂହ ଏଭଳି ଗମ୍ଭୀର ଆରୋପ ଲଗାଇବା ପରେ ଟୁଇଟ କରି ସବୁ ମିଛ ବୋଲି କହିଛନ୍ତି ମହାରାଷ୍ଟ୍ର ଗୃହମନ୍ତ୍ରୀ। ଏହା ସହ ନିଜକୁ ବଞ୍ଚାଇବା ପାଇଁ ପରମ ବୀର ଏଭଳି ମିଛ କହୁଥିବା କହିଛନ୍ତି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ।

Leave a comment