ଜେଲ୍‌ ୱାର୍ଡରଙ୍କ ବାଇକ ନେଇ କଏଦୀ ଫେରାର !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜେଲ୍‌ ୱାର୍ଡରଙ୍କ ବାଇକ ନେଇ କଏଦୀ ଫେରାର । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା କାରାଗାରରେ । ଆଜି ଫୁଲବାଣୀ ଟାଉନ୍‌ ଥାନାରେ ଏନେଇ ଅଭିଯୋଗ କରାଯାଇଛି ।

ସୂଚନା ଅନୁଯାୟୀ, ଦାରିଙ୍ଗବାଡ଼ି ଅଞ୍ଚଳର ଗୋପୀନାଥ ନାୟକ ନାମକ ଜଣେ କଏଦୀ ଗତକାଲି ସନ୍ଧ୍ୟାରେ ଜେଲ୍‌ ୱାର୍ଡରଙ୍କ ବାଇକ୍‌ ଧରି ଫେରାର ହୋଇଯାଇଥିଲା । ଜେଲ କର୍ମଚାରୀମାନେ ଗୋପୀନାଥକୁ ଧରିବାକୁ ଚେଷ୍ଟାକରି ବିଫଳ ହେବାପରେ ଜେଲ ଅଧୀକ୍ଷକ ଅନୁସ୍ୱୟା ଜେନା ଆଜି ଫୁଲବାଣୀ ଟାଉନ୍ ଥାନାରେ ଏନେଇ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିବା ବେଳେ ଏପର୍ଯ୍ୟନ୍ତ ଗୋପୀନାଥକୁ ଧରିବାରେ ପୋଲିସ ସଫଳ ହୋଇନାହିଁ ।

Leave a comment