ପୁରୀରେ ପହଞ୍ଚିଲେ ଆମିକସ୍ କ୍ୟୁରି ରଞ୍ଜିତ କୁମାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀରେ ପହଞ୍ଚିଲେ ଆମିକସ୍ କ୍ୟୁରି ରଞ୍ଜିତ କୁମାର ଓ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା । ସେମାନେ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବେ । ଏହାପରେ ଶ୍ରୀମନ୍ଦିର ଚତୁରପାର୍ଶ୍ଵରେ ଚାଲିଥିବା ଉଚ୍ଛେଦ କାର୍ଯ୍ୟର ଅନୁଧ୍ୟାନ କରିବେ । ଏହାପରେ ଆମିକସ୍ କ୍ୟୁରି ରଞ୍ଜିତ କୁମାର, ପୁରୀ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ, ଦଇତାପତି ନିଯୋଗ ସହ ଆଲୋଚନା କରିବା ପରେ ସ୍ଥାନୀୟ ବାସିନ୍ଦା ଓ କ୍ଷତିଗ୍ରସ୍ତଙ୍କ ସହମଧ୍ୟ ଆଲୋଚନା କରି ରିପୋର୍ଟ ପ୍ରସ୍ତୁତ କରିବେ । ଏହି ରିପୋର୍ଟକୁ ସୁପ୍ରିମକୋର୍ଟକୁ ହସ୍ତାନ୍ତର କରିବେ ।

ସୂଚନା ଅନୁଯାୟୀ, ଗତକାଲି ରାତି ୧୦ଟାରେ ଆମିକସ୍ କ୍ୟୁରି ରଞ୍ଜିତ କୁମାର ଓ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ । ଆଜି ସକାଳୁ ସେମାନେ ପୁରୀ ଅଭିମୁଖେ ଯାତ୍ରା କରିଥିଲେ ।

ଅପରପକ୍ଷରେ ଆମିକସ୍ କ୍ୟୁରିଙ୍କ ଗ୍ରସ୍ତ ପୂର୍ବରୁ ଗତକାଲି ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଗଜପତି ମହାରାଜା ଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ପ୍ରଶାସକ ଡାକ୍ତର କ୍ରିଷ୍ଣ କୁମାର, ପୁରୀ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।

Leave a comment