ସୁରକ୍ଷିତ ଅବସ୍ଥାରେ ଟନେଲରୁ ବାହାରିଲେ ୪୧ ଶ୍ରମିକ, ଚାଲିଛି ସ୍ୱାସ୍ଥ୍ୟ ପରୀକ୍ଷା

0

ମଙ୍ଗଳବାର ଉତ୍ତରାଖଣ୍ଡର ଉତ୍ତରକାଶୀରୁ ଭଲ ଖବର ଆସିଛି। ଗତ ୧୭ଦିନ ଧରି ସୁଡଙ୍ଗରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଶ୍ରମିକଙ୍କ ପରିବାର ଏବଂ ସେମାନଙ୍କୁ ବଞ୍ଚାଇବାରେ ନିୟୋଜିତ ଲୋକମାନଙ୍କର କଠିନ ପରିଶ୍ରମର ଫଳ ମିଳିଛି। ଶ୍ରମିକମାନଙ୍କୁ ବାହାରକୁ ଅଣାଯାଇଛି।

ସୂଚନା ଅନୁଯାୟୀ, ପାଇପ ଯୋଗେ ସମସ୍ତଙ୍କୁ ଟନେଲରୁ ବାହାର କରାଯାଇଛି। ଏହାପରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପ୍ରାଥମିକ ସ୍ୱାସ୍ଥ୍ୟ ଯାଞ୍ଚ ପରେ ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲକୁ ଆମ୍ବୁଲାନ୍ସ ଯୋଗେ ପଠାଯାଇଛି। ତେବେ ପର୍ଯ୍ୟାୟକ୍ରମେ ଶ୍ରମିକମାନଙ୍କୁ ବାହାରକୁ ଅଣାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୫ ଜଣ, ପରେ ୪, ତା’ପରେ ୬ ଓ ଶେଷରେ ସମସ୍ତ ୪୧ ଜଣଙ୍କୁ ବାହରକୁ ଅଣାଯାଇଛି। ଘଟଣାସ୍ଥଳରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଓ କେନ୍ଦ୍ରମନ୍ତ୍ରୀ ଜେନେରାଲ ଭିକେ ସିଂହଙ୍କ ସମେତ ଉଦ୍ଧାରକାରୀ ଟିମର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

Leave a comment