ଭୁଶୁଡିଲା ପାଞ୍ଚ ମହଲା କୋଠା
ହୋଲି ଦିନ ଦିଲ୍ଲୀର ବିଜୟ ପାର୍କ ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ହଠାତ୍ ଏକ ପାଞ୍ଚ ମହଲା କୋଠା ଭୁଶୁଡି ପଡିଛି। ସୌଭାଗ୍ୟବଶତଃ ଘର ଚାରିପାଖରେ କେହି ନଥିଲେ, ନଚେତ୍ ଅନେକ ଲୋକ ଆହତ ହୋଇଥାନ୍ତେ। ଏହି ଦୁର୍ଘଟଣାରେ କେହି ଆହତ ହୋଇଥିବା ଜଣାପଡିନାହିଁ । କିନ୍ତୁ ଆଖପାଖ ଥିବା ଘରଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି ।
ଦିଲ୍ଲୀ ପୋଲିସ, ଫାୟାର ବ୍ରିଗେଡ ଏବଂ ନିଗମର ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି, ଆବର୍ଜନା ହଟାଇବା କାମ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ସୋସିଆଲ ମିଡିଆରେ ପୁରା ଘଟଣାର ଭିଡିଓ ଭାଇରାଲ ହୋଇଛି। ଯିଏ ଏହି ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଗଲା ।
ଆଜି ଦିଲ୍ଲୀର ଯମୁନାପର୍ ଅଞ୍ଚଳରେ ଏକ ପାଞ୍ଚ ମହଲା କୋଠା ଭୁଶୁଡି ପଡିଛି। ଏହି ଦୁର୍ଘଟଣା ମାଉଜପୁରରେ ଅବସ୍ଥିତ ବିଜୟ ପାର୍କ ଗାଲି ନମ୍ବର ୨୪ ରେ ଘଟିଛି । ବିଲ୍ଡିଂ ରହୁଥିବା ପ୍ରାୟ ୨ରୁ ୩ ପରିବାର ସେହି ବିଲ୍ଡିଂରେ ଫସି ରହିଥିଲେ। ତେବେ ଏଥିରେ ମୃତାହତ ହୋଇନାହାନ୍ତି । ଅଟ୍ଟାଳିକା ଭୁଷିଡି ପଡିବା ପରେ ବିଜୁଳୀ ତାର ଛିଣ୍ଡି ପଡିଛି ।