ଓଲିଉଡ୍ ଅଭିନେତା ଅନୁଭବ ମହାନ୍ତିଙ୍କ ବାପାଙ୍କ ପରଲୋକ
ଓଲିଉଡ୍ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତିଙ୍କ ପରଲୋକ ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ କଟକରେ ତାଙ୍କର ଦେହାନ୍ତ ହୋଇଛି । ୭୪ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ଅନୁଭବଙ୍କ ବାପା ଅଭୟ ମହାନ୍ତି।
ତେବେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଅନୁଭବଙ୍କ ବାପା । ସେନେଇ ଲଗାତର ଭାବେ ତାଙ୍କର ଚିକିତ୍ସା ଜାରି ରହିଥିଲା ।
ଯାହାକୁ ନେଇ ସବୁବେଳେ ଅନୁଭବ ସୋସିଆଲ୍ ମିଡିଆରେ ସେୟାର କରିଆସୁଥିଲେ । ସେ ତାଙ୍କ ବାପାଙ୍କୁ ସୁସ୍ଥ କରିବାକୁ ପ୍ରାଣ ପ୍ରଣେ ଚେଷ୍ଟା କରୁଥିଲେ । ହେଲେ ତାଙ୍କର ସମସ୍ତ ଚେଷ୍ଟା ଓ ପ୍ରାର୍ଥନା ବିଫଳ ହୋଇଛି । ଅଭୟ ମହାନ୍ତିଙ୍କ ବିୟୋଗରେ ପୁରାପରିବାରରେ ଶୋକର ଛାୟା ଖେଳିଯାଇଛି । ଶୋକାକୂଳ ହୋଇପଡିଛି ସମଗ୍ର ପରିବାର । ନନ୍ଦିସାହି ସ୍ଥିତ ବାସଭବନରେ ଅଭୟ ମହାନ୍ତିଙ୍କ ଶେଷ ଦର୍ଶନ ପାଇଁ ବହୁ ବିଶିଷ୍ଟ ବକ୍ତି ପହଞ୍ଚିଛନ୍ତି ।