ଗୋଷ୍ଠୀ ସଂଘର୍ଷରୁ ଯୁବକଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା
ହତ୍ୟାକୁ ନେଇ ଗାଁରେ ଚାପା ଉତ୍ତେଜନା

ଆଠଗଡ଼ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ରାଧାକୃଷ୍ଣପୁର ଅଡାଳରେ ଚାପା ଉତ୍ତେଜନା । ଗୋଷ୍ଠୀ ସଂଘର୍ଷରୁ ଟ୍ରାକ୍ଟର ମଡ଼ାଇ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ହେଲେ ରାଧାକୃଷ୍ଣପୁର ଗାଁର ସୁଶାନ୍ତ ରଣା। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ପରେ ସୁଶାନ୍ତଙ୍କୁ ଏଭଳି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।
ସୂଚନା ଅନୁସାରେ ଗତକାଲି ପୂର୍ବ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଜଣେ ଯୁବକଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା କରାଯାଇଥିଲା । ଶବ ବ୍ୟବଛେଦ ପାଇଁ ମୃତଦେହ ଢେଙ୍କାନାଳ ମେଡିକାଲକୁ ପଠାଯାଇଛି । ହତ୍ୟାକାଣ୍ଡ ପରେ ଅପରପକ୍ଷ ସ୍ବାଇଁ ପରିବାରର ଗୋଟିଏ ଟ୍ରାକ୍ଟର, କାର୍ ଓ ଏକ ବ୍ରଏଲର ଫାର୍ମ ପୋଡ଼ି ଦେଇଥିଲେ । ଗୋଷ୍ଠୀ ସଂଘର୍ଷ ପରେ ଗାଁରେ ଭୟର ବାତାବରଣ ରହିଛି । ଘଟଣା ସ୍ଥଳରେ କଟକ ଜିଲ୍ଲା ଅତିରିକ୍ତ ଏସପିଙ୍କ ସହ ଆଠଗଡ଼ sdpo ପହଞ୍ଚିଥିଲେ ।