ଆଉ କିଛି ସମୟର ହେବ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା, ଜାରି ରହିଛି ପୂଜାର୍ଚ୍ଚନା

0

ଆଉ କିଛି ସମୟର ବ୍ୟବଧାନ ପରେ ପ୍ରତିଷ୍ଠା ହେବ ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିର। ଦିନ ପ୍ରାୟ ୧୨.୨୦ ମିନିଟ ସମୟରେ ମର୍ଯ୍ୟାଦାପୁରୁଷ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ସମାପନ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଉପସ୍ଥିତ ଅଛନ୍ତି।

ତେବେ ଏହି କାର୍ଯ୍ୟକ୍ରମରେ ପାଖାପାଖି ୮ ହଜାର ଅତିଥି ଯୋଗଦେଇଛନ୍ତି।

ଆଜି ଅଯୋଧ୍ୟାରେ ରାମଲଲ୍ଲାଙ୍କ ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଥିବା ବେଳେ ଏଥିପାଇଁ ଅଯୋଧ୍ୟ ସମେତ ପୂରା ଦେଶ ରାମମୟ ହୋଇ ପଡ଼ିଛି। ଏହି ସ୍ୱତନ୍ତ୍ର ସମୟକୁ ସ୍ମରଣୀୟ କରିବା ପାଇଁ ସନ୍ଧ୍ୟାରେ ଅଯୋଧ୍ୟା ନଗରୀରେ ପ୍ରାୟ ୧୦ ଲକ୍ଷ ଦ୍ୱୀପ ପ୍ରଜ୍ଜ୍ୱଳିତ କରାଯିବ ବୋଲି ଜଣାପଡ଼ିଛି। ସେପଟେ ନିମନ୍ତ୍ରିତ ଅତିଥିମାନେ ଧିରେ ଧିରେ ଅଯୋଧ୍ୟାରେ ପହଞ୍ଚିବା ଆରମ୍ଭ କରିଦେଇଛନ୍ତି। ଏଥିପାଇଁ ଅଯୋଧ୍ୟା ପୋଲିସ ଛାଉଣିରେ ପରିଣତ ହୋଇଛି। ପାଖିପାଖି ୧୪ ହଜାର ପୋଲିସ ନିୟୋଜିତ ହୋଇଛନ୍ତି।

Leave a comment