ଅପରାହ୍ନ ୩ ଟାରୁ ରାଜଧାନୀରେ ଭସାଣ, ମୁତୟନ ହେବେ ୩୧ ପ୍ଲାଟୁନ ପୋଲିସ ଫୋର୍ସ
ଧରାପୃଷ୍ଠରୁ ମେଲାଣି ନେବେ ମା ଦୁର୍ଗତି ନାସିନୀ ଦୁର୍ଗା । ମାଙ୍କୁ ମେଲାଣି ପାଇଁ ବିଭିନ୍ନ ପୂଜା ମଣ୍ଡପ ଗୁଡିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ରାଜଧାନୀ ଭୁବନେଶ୍ୱରରେ ମାଆଙ୍କୁ ମେଲାଣି ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭସାଣୀ ସମୟରେ ଯେଭଳି ଟ୍ରାଫିକ ସମସ୍ୟା ଉପୁଜିବ ସେଥିପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି କମିଶନରେଟ ପୋଲିସ ।
ସେପଟେ କୁଆଖାଇ ଓ ଦୟାନଦୀ କୂଳରେ ଅସ୍ଥାୟୀ ପୋଖରୀ ଖୋଳା ଯାଇଥିବା ବେଳେ ସବୁଠି ଅଗ୍ନିଶମ ବିଭାଗ ମୁତୟନ କରିବ ଅଗ୍ନିଶମ ବିଭାଗ । ମୁତୟନ ହେବେ ୩୧ ପ୍ଲାଟୁନ ପୋଲିସ ଫୋର୍ସ । ୧୫୦ ଜଣ ବରିଷ୍ଠ ପୋଲିସ ଅଧିକାରୀ ବିଭିନ୍ନ ସ୍ଥାନରେ ନଜର ରଖିବେ । ୧୨ ଜଣ ଅତିରିକ୍ତ ଡିସିପି, ଏସିପି ୨୮ ଜଣ, ଇନ୍ସପେକ୍ଟର ୪୨ ଜଣ, ଏଏସଆଇ, ଏସଆଇ ୧୫ , ଟ୍ରାଫିକ ଅଫିସର ୧୩ ଜଣ ଓ ଅନ୍ୟାନ୍ୟ ପୋଲିସ କର୍ମକର୍ତ୍ତା ଉପସ୍ଥିତ ରହିବେ। ଭୁବନେଶ୍ୱରରେ ମୋଟ ୧୮୮ ଟି ପୂଜା ମେଢ଼ ରହିଛି। ସହିଦନଗର, ନୟାପଲ୍ଲୀ ଓ ଚନ୍ଦ୍ରଶେଖରପୁର ତିନୋଟି ଭସାଣୀ କମିଟି ଦ୍ୱାରା ମେଢ଼ ଗୁଡିକ ଭଷାଣୀ ଶୋଭାଯାତ୍ରା କରିବେ । ସହିଦନଗର ଭସାଣୀ କମିଟିକୁ ଆସୁଥିବା ମେଢ଼ ଗୁଡିକ ବାଣୀବିହାର ଛକରୁ ଶୋଭାଯାତ୍ରାରେ ବାହାରି ରୂପାଲି ଛକ ଦେଇ ରାଜମହଲ ପର୍ଯ୍ୟନ୍ତ ଆସିବେ । ନୟାପଲ୍ଲୀ ଭସାଣୀ କମିଟି ମେଢ଼ ଗୁଡିକ CRP ଛକ ଦେଇ ୟୁନିଟ-୮ ଦେଇ ୬ ନମ୍ବର ପର୍ଯ୍ୟନ୍ତ ଆସିବେ ।
ସେହିପରି ଚନ୍ଦ୍ରଶେଖରପୁର ଭସାଣୀ କମିଟି ମେଢ଼ ଗୁଡିକ କଳିଙ୍ଗ ହସ୍ପିଟାଲ ଛକ ଦେଇ ନଦୀ ପଠାକୁ ଯିବେ । ଏଥିପାଇଁ ଟ୍ରାଫିକ ବ୍ୟବସ୍ଥା ଉପରେ ଅଧିକ ଫୋକସ ଦେଇଚି କମିଶନରେଟ ପୋଲିସ । ସେପଟେ ମାଆଙ୍କୁ ବିସର୍ଜନ ପାଇଁ କୁଆଖାଇ ଓ ଦୟାନଦୀ କୂଳ ରେ ଅସ୍ଥାୟୀ ପୋଖରୀ ଖୋଳାଯାଇଛି । ନଦୀର ଉଭୟ ପାର୍ଶ୍ଵରେ ଅସ୍ଥାୟୀ ପୋଖରୀ ରହିଥିବା ବେଳେ ନଦୀ ଭିତରକୁ ଯିବା ଉପରେ କଟକଣା କରାଯାଇଛି । ଅସ୍ଥାୟୀ ପୋଖରୀ ଗୁଡ଼ିକ ନିକଟରେ ପୋଲିସ ମୁତୟନ ହେବାକୁ ଥିବାବେଳେ, ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ବୋଟ ଧରି ଉପସ୍ଥିତ ରହିବେ । ଭସାଣୀ ଶୋଭାଯାତ୍ରା ବେଳେ ଗୋଟିଏ ପଟ ରାସ୍ତା କୁ ସମ୍ପୂର୍ଣ୍ଣ ସିଲ କରାଯିବ। ଅପରାହ୍ନ ୩ ଟାରୁ ରାତି ୧ ଟା ପର୍ଯ୍ୟନ୍ତ ସହର ଭିତରେ ଭାରିଯାନ ଚଳାଚଳ ଉପରେ କଟକଣା ଥିବାବେଳେ ଡିଜେ ଗୁଡିକୁ ଚେକିଂ କରିବ ପୋଲିସ।