ବହୁ ବିଳମ୍ବରେ ଓଡ଼ିଶାର ୧୦ଟି ଲୋକସଭା ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେପି, ପଢନ୍ତୁ କିଏ ହେଲେ କେଉଁଠାରୁ ପ୍ରାର୍ଥୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଳମ୍ବ ହେଉ ପଛେ ଆଜି ବିଜେପି ତାର ପ୍ରଥମ ପର୍ଯ୍ୟାୟରେ ଦେଶର ୧୮୪ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ସିଇସିର ସାଧାରଣ ସମ୍ପାଦକ ଜେପି ନଡ୍ଡା ଏହି ତାଲିକା ଘୋଷଣା କରିଛନ୍ତି।
ସୂଚନା ଅନୁଯାୟୀ, ବିଜେପି ଆଜି ସନ୍ଧ୍ୟାରେ ଦେଶର ୧୮୪ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ସେଥିରେ ଓଡ଼ିଶାର ୧୦ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ।
ଓଡ଼ିଶାର ୧୦ଟି ଲୋକସଭା ଆସନରୁ ପ୍ରାର୍ଥୀମାନେ ହେଲେ :
ଭୁବନେଶ୍ୱର: ଅପରାଜିତା ଷଡ଼ଙ୍ଗୀ
କେନ୍ଦ୍ରାପଡ଼ା: ବୈଜୟନ୍ତ ପଣ୍ଡା
ସୁନ୍ଦରଗଡ଼: ଜୁଏଲ ଓରାମ
ବାଲେଶ୍ୱର: ପ୍ରତାପ ଷଡ଼ଙ୍ଗୀ
ବ୍ରହ୍ମପୁର: ଭୃଗୁ ବକ୍ସିପାତ୍ର
ବଲାଙ୍ଗୀର: ସଙ୍ଗୀତା ସିଂହଦେଓ
କେନ୍ଦୁଝର: ଅନନ୍ତ ନାୟକ
ନବରଙ୍ଗପୁର: ବଳଭଦ୍ର ମାଝୀ
ଢେଙ୍କାନାଳ: ରୁଦ୍ର ନାରାୟଣ ପାଣି
ଆସିକା: ଅନୀତା ପ୍ରିୟଦର୍ଶନୀ
ଦେଖିବାକୁ ବାକି ରହିଲା କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଓଡ଼ିଶାର କେଉଁ ଆସନରୁ ପ୍ରାର୍ଥୀ ହୋଇ ଲଢ଼ିବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।