ଜୟପୁରରୁ ଲଢ଼ି ତାରାଙ୍କୁ ଚ୍ୟାଲେଞ୍ଜ ଦେବେ ସଗରିୟା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତାରଙ୍କୁ ଚ୍ୟାଲେଞ୍ଜ ଦେବେ କୃଷ୍ଣ ସଗରିୟା । ଜୟପୁରରୁ ଲଢ଼ିବେ ଓ ତାରାଙ୍କୁ ହରାଇବେ ଏହାହିଁ ସଗରିୟାଙ୍କ ଲକ୍ଷ୍ୟ । ପୂର୍ବରୁ ଜଣା ଅଛିଯେ ସଗରିୟାଙ୍କ କଂଗ୍ରେସ ଦଳ ଛାଡିବାରେ ତାରାଙ୍କ ପ୍ରମୁଖ ଭୂମିକା ରହିଥିଲା । ତାରଙ୍କ ବିରାଧ ଏବଂ ନିରଞ୍ଜନଙ୍କ ସହାୟତାରେ ସଗରିୟାଙ୍କୁ ଦଳରୁ କାଢ଼ିବାରେ ତାରା ସଫଳ ହୋଇଥିଲେ ।

ସୂଚନା ଅନୁଯାୟୀ, କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ପ୍ରତିବାଦ ସ୍ୱରୂପ ଇସ୍ତଫା ଦେଇଥିଲେ କୃଷ୍ଣ ସଗରିୟା । ପରେ ତାରଙ୍କ ଚାପରେ କଂଗ୍ରେସ ପକ୍ଷରୁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା । କଂଗ୍ରେସରୁ ବହିଷ୍କୃତ ହେବାପରେ ବହୁଜନ ସମାଜବାଦୀ ପାର୍ଟି(ବି.ଏସ.ପି)ରେ ଯୋଗଦେଇଥିଲେ ସଗରିୟା । ବିଶେଷ ସୂତ୍ରରୁ,ବର୍ତ୍ତମାନ ବି.ଏସ.ପି ଓଡ଼ିଶାରେ ତାର କାୟା ବିସ୍ତାର କରିବାକୁ ଚାହୁଁଛି । ୪ ରୁ ୫% ଭୋଟ କରିପାରିଲେ ବି.ଏସ.ପି ତାର ଜାତୀୟ ଦଳ ମାନ୍ୟତା ରଖିବାରେ ସହାୟକ ହେବ । ତେଣୁ କରି ଗଣମାଧ୍ୟମ ଏବଂ ଲୋକଲୋଚନକୁ ବି.ଏସ.ପିକୁ ଆଣିବା ପାଇଁ କୃଷ୍ଣ ସଗରିୟା ରାଜଧାନୀ ତଥା ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହେବେ ବୋଲି ଜଣାପଡିଛି । ଦଳର ସୁପ୍ରିମୋ ମାୟାବତୀ ଏନେଇ ନିଷ୍ପତ୍ତି ନେଇଥିବା ଜଣାପଡିଛି ।

କୃଷ୍ଣ ଜୟଦେବ ନିର୍ବାଚନ ମଣ୍ଡଳୀରୁ ନିଜ ପ୍ରଚାର ଆରମ୍ଭ କରିବା ସହିତ ରାଜଧାନୀ ରେ ବିଭିନ୍ନ ସଭା ସମିତି କରିବେ । ରାଜଧାନୀରେ ଥିବା ଦଳିତ ଓ ପଛୁଆ ବର୍ଗଙ୍କୁ ନିଜ ସପକ୍ଷରେ ଭୋଟ ଦେବାପାଇଁ ରାଜି କରାଇବେ । ଏ ସମ୍ପର୍କରେ ସାଗରିୟାଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନଥିଲା । ତାଙ୍କ ନିକଟତମ ମହଲରୁ ମିଳିଥିବା ସୂଚନା ଅନୁଯାୟୀ, ସେ କହିଛନ୍ତି ଯେ “ହାର ଜିତ ରାଜନୀତିରେ ବଡ଼କଥା ନୁହେଁ । କିଏ ହାରିବା କିଏ ଜିତିବ । ବିଜୁବାବୁ ପୁଣି ୫ଟି ସ୍ଥାନରୁ ଛିଡ଼ାହୋଇ ହାରିଥିବା ବେଳେ ଜାନକୀ ବାବୁ ମଧ୍ଯ ସ୍ୱାଧୀନରେ ଲଢ଼ି ହାରିଥିଲେ। ସେହିପରି ଇନ୍ଦିରା ଗାନ୍ଧୀ ହାରିଥିଲେ । ମାୟାବତୀ ମଧ୍ୟ ନିଜର ପ୍ରଥମ ନିର୍ବାଚନରେ ହରିଥିଲେ ମାତ୍ର ହାତୀ ଚିହ୍ନକୁ ଲୋକପ୍ରିୟ କରାଇଥିଲେ । ବି.ଏସ.ପି ପ୍ରାସାଦ ଓଡ଼ିଶାରେ ତୋଳିବା ପାଇଁ କିଏ ତ ଜଣେ ଇଟା ପକାଇବ । ସେଇ ଇଟା ପକାଇବା କାମ କୃଷ୍ଣ ସଗରିୟା କରିବାକୁ ଆସିଛି ।”

ବି.ଏସ.ପି ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ପ୍ରାର୍ଥୀ ଦେଇଥିଲା । ପରେ ରାଜନୈତିକ ସମୀକ୍ଷକ ମାନେ କହିଥିଲେ ଯଦି ବି.ଏସ.ପି, କଂଗ୍ରେସ ସହ ମେଣ୍ଟ କରିଥାନ୍ତା ତେବେ କଂଗ୍ରେସ ଅଧିକ ଭଲ କରି ପାରିଥାନ୍ତା । ତେଣୁ ବି.ଏସ.ପି ପାଖରେ କିଛିଟା ଭୋଟ ରହିଯାଉଛି । ବର୍ତ୍ତମାନ ନ୍ୟୁନ ମନେ ହେଉଥିବା ବି.ଏସ.ପି ଯେ ଆଗାମୀ ଦିନରେ ନିର୍ଣ୍ଣାୟକ ମୋଡ ନ ନେବ ତାହା କିଏ କହିପାରିବ ।

ବିଏସପିରୁ ସଗରିୟା ଭୁବନେଶ୍ୱରରୁ ଲୋକସଭା ପ୍ରାର୍ଥୀ ଓ ଜୟପୁରରୁ ବିଧାନସଭା ପ୍ରାର୍ଥୀ ଭାବେ ଲଢ଼ିବେ ବୋଲି ଆହ୍ୱାନ କରିଛନ୍ତି । ଏହାକୁ ତାରା କେତେଦୂର ଗ୍ରହଣ କରୁଛନ୍ତି ତାହାକୁ ରାଜନୈତିକ ବିଶେଷଜ୍ଞ ମାନେ ଅପେକ୍ଷା କରିଥିବା ଚର୍ଚ୍ଚା ହେଉଛି ।

Leave a comment