ଆକ୍ସନ ମୋଡରେ ଟ୍ରାଫିକ ପୋଲିସ, ପାର୍ବଣ ବେଳେ ସ୍ପେଶାଲ ଡ୍ରାଇଭ୍, ଦୁଇ ଦିନରେ ଧରାପଡିଲେ ୨୨୦

0

ଭୁବନେଶ୍ୱର(ଓଡିଶା ଫାଷ୍ଟ ବ୍ୟୁରୋ):ଆକ୍ସନ ମୋଡରେ ଟ୍ରାଫିକ ଏନଫୋର୍ସମେଣ୍ଟ ଟିିମ୍ । ପାର୍ବଣ ବେଳେ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ କରିଛି ପୋଲିସ । ଗତ ଦୁଇ ଦିନ ମଧ୍ୟରେ ମୋଟ ୨୨୦ ଜଣ ଧରା ପଡିଛନ୍ତି।

ସୂଚନା ଅନୁସାରେ, ରଙ୍ଗ ସାଇଡ ଡ୍ରାଇଭିଂ ପାଇଁ ୨୦୧ ଜଣ, ମଡି ଫାଏଡ ସାଇଲେନ୍ସର ପାଇଁ ୧୩ ଜଣ, ମଦ ପିଇ ଗାଡି ଚଳାଚଳ ପାଇଁ ୬ ଜଣଙ୍କୁ ସ୍ଥାନୀୟ ଥାନାକୁ ପଠାଇ ଦିଆଯାଇଛି । ଏହାବାଦ ବେଆଇନ ପାର୍କିଂ ପାଇଁ ୮୪ ଜଣ ଚାଳକଙ୍କୁ କୋର୍ଟ ଚାଲାଣ କରାଯାଇଛି । ତେବେ ରଙ୍ଗ ସାଇଡ ଡ୍ରାଇଭିଂ, ବେଆଇନ ପାର୍କିଂ, ମଡି ଫାଏଡ ସାଇଲେନ୍ସର ଏବଂ ମଦ୍ୟପ ଡ୍ରାଇଭରଙ୍କ ଉପରେ ପୋଲିସ କଡା ନଜର ରଖିଛି ।

ନିକଟରେ ବିଧାନସଭାରେ ମଧ୍ୟ ସରକାର ଉତ୍ତର ରଖି କହିଥିଲେ କିଭଳି ଟୁଇନ୍ ସିଟିରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ୩ ବର୍ଷରେ ଏମାନଙ୍କ ପାଖରୁ ୧୮୬ କୋଟି ଟଂକା ଆଦାୟ ହୋଇଥିବା ମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ଦେଇଥିଲେ ।

Leave a comment