ଦିନର ଏହି ସମୟରେ ଫୋନ ଧରିବା ବିପଦ, ଯାହା ଶରୀରକୁ ପକାଏ ଅଧିକ ଖରାପ ପ୍ରଭାବ

0

ଆଜିର ଦିନରେ ଫୋନ ଗୋଟିଏ ମହତ୍ଵପୂର୍ଣ୍ଣ ଜିନିଷ ହୋଇ ଯାଇଛି l ଯାହାକୁ ଆମେ ଦିନ ସାରା ବ୍ୟବହାର କରିଥାଉ l କିନ୍ତୁ ଏହା ଆମ ପକ୍ଷରେ ଖୁବ କ୍ଷତି କାରକ ହୋଇଥାଏ l ୟୁରୋପିଆନ୍ ସ୍ପେସ ଏଜେନ୍ସୀ ର ଗୋଟିଏ ରିପୋର୍ଟ ଅନୁସାରେ ରାତିରେ ମୋବାଇଲ କିମ୍ବା ଇଲେକ୍ଟ୍ରିକ୍ ଗ୍ୟାଜେଟ ବ୍ୟବହାର କରିବା ଦ୍ୱାରା ସ୍ଲିପ ହର୍ମନ ମେଲଟନୀନ ଉତ୍ପାଦନ ରେ ବାଧିତ ହୋଇଥାଏ l

-ଏହାଦ୍ୱାରା ନିଦ ବାଧିତ ହୋଇଥାଏ , ଏହି ଗବେଷଣା ଅନୁସାରେ ମୋବାଇଲ ର ନୀଳ ଆଲୋକ ଦ୍ୱାରା ମେଲାଟନୀନ ହାର୍ମନ ରେ ସ୍ରାବ ରେ ପ୍ରଭାବିତ ହୋଇଥାଏ l ଯାହାଦ୍ୱାରା ନିଦ ହୋଇ ନଥାଏ, ତେଣୁ ଶୋଇବାର ୩୦-୬୦ ମିନିଟ ପୂର୍ବରୁ ମୋବାଇଲ ବ୍ୟବହାର କରିବା ବନ୍ଦ କରନ୍ତୁ l ଫୋନ ର ବ୍ୟବହାର ରତି ସମୟ ରେ ସୀମିତ କରିଦେବା ଆବଶ୍ୟକ ବୋଲି ଏହି ଅଧ୍ୟୟନ ରେ କୁହାଯାଇଛି l

-ଏହି ଗବେଷଣା ଅନୁସାରେ ସ୍ପେସ ଷ୍ଟେସନ ରେ କରାଯାଇଥିବା ଅଧ୍ୟୟନ ଅନୁସାରେ ଯେଉଁ ବ୍ଲୁ ଲାଇଟ ସ୍ମାର୍ଟ ଫୋନ ସ୍କ୍ରିନ ରୁ ବାହାରି ଥାଏ ଏହା ଆପଣଙ୍କ ସିରକେଡ଼ିୟନ ରିଦିମ କୁ ପ୍ରଭାବିତ କରିଥାଏ l ଯାହାଦ୍ୱାରା ଆପଣଙ୍କ ପ୍ରାକୃତିକ ଜୀବନ ଶୈଳୀ ଉପରେ ପ୍ରଭାବ ପଡିଥାଏ l ଏହି ଅଧ୍ୟୟନ ରେ କୁହାଯାଇଛି ଆପଣ ସ୍ମାର୍ଟ ଫୋନ କମ ବ୍ୟବହାର କରନ୍ତୁ ନଚେତ ସ୍ମାର୍ଟ ଫୋନ୍ ବ୍ଲୁ ଲାଇଟ କୁ ନିୟନ୍ତ୍ରଣ କରୁଥିବା ଆପ ବ୍ୟବହାର କରନ୍ତୁ l

– ପୃଥିବୀ ର ଜଳବାୟୁ ପରିବର୍ତନ ମଣିଷ ର ଜୀବନ ଶୈଳୀ ଉପରେ ନକାରାତ୍ମକ ପ୍ରଭାବ ପକାଉଛି l ଯାହାକି ଗୋଟିଏ ବଡ଼ ସ୍ୱାସ୍ଥ୍ୟ ସମସ୍ୟାର କାରଣ ଅଟେ l ତେଣୁ ସେଥିପ୍ରତି ବିଶେଷ ଦୃଷ୍ଟି ଦେବା ଜରୁରୀ l ଏହାଛଡା ସ୍ମାର୍ଟ ଫୋନ ର ରେଡ଼ିଏସନ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସ୍ୱାସ୍ଥ୍ୟ ସମସ୍ୟା ଅଧିକ ପ୍ରଭାବିତ ହେଉଛି l

Leave a comment