ପୁରୁଷ ବନ୍ଧୁଙ୍କ ନାଁରେ ଅଭିଯୋଗ ଆଣିଲେ ଜଣାଶୁଣା ଓଡ଼ିଆ ଅଭିନେତ୍ରୀ

0

ପୁରୁଷ ବନ୍ଧୁଙ୍କ ନାଁରେ ଅଭିଯୋଗ ଆଣିଲେ ଜଣାଶୁଣା ଓଡ଼ିଆ ଅଭିନେତ୍ରୀ । ଅନ୍ତରଙ୍ଗ ମୂହୁର୍ତ ଭିଡିଓ ଭାଇରାଲ ନେଇ ଅଭିନେତ୍ରୀ ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ଜାତୀୟ ସ୍ତରରେ କାମ କରୁଥିବା ସିନେ ନିର୍ମାତା ଦୟାନିଧି ଦହିମାଙ୍କ ନାଁରେ ଲୋକପ୍ରିୟ ଅଭିନେତ୍ରୀ ଆଣିଛନ୍ତି ଏଭଳି ସଂଗୀନ ଅଭିଯୋଗ । ଠକେଇ, ନିର୍ଯାତନା, ଭିଡିଓ ଭାଇରାଲ ନେଇ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଛନ୍ତି ଅଭିନେତ୍ରୀ ।

୨୦୧୯ରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ସୁଟିଂ ସେଟ୍ ରେ ପୁରୁଷ ବନ୍ଧୁ ଜଣଙ୍କ ଗଣ୍ଡଗୋଳ କରୁଥିବା ନେଇ ଅଭିଯୋଗ ହୋଇଥିଲା । ଫିଲ୍ମ ଓ ବଡ଼ ବଡ଼ ପ୍ରଡ଼କ୍ସନ ହାଉସରେ କାମ ଦେବାକୁ କହି ଶାରୀରିକ ସମ୍ପର୍କ ରଖୁଥିବା ନେଇ ଅଭିଯୋଗ ହୋଇଛି । ୨୦୨୧ରେ ଆସିଥିବା ଏହି ଅଭିଯୋଗ ପରେ ଥାନାରେ ବୁଝାମଣା ହୋଇଥିଲା ।

Leave a comment