ଲୁଧିଆନାରେ ବିଷାକ୍ତ ଗ୍ୟାସ୍ ଲିକ୍ ଯୋଗୁ ଚାଲିଗଲା ୯ ଜଣଙ୍କ ଜୀବନ, ୧୧ ଆହତ

0

ଆଜି ସକାଳେ ପଞ୍ଜାବର ଲୁଧିଆନାରେ ଏକ ବଡ ଦୁର୍ଘଟଣା ଘଟିଛି । ଗ୍ୟାସପୁରା ଅଞ୍ଚଳରେ ବିଷାକ୍ତ ଗ୍ୟାସ୍ ଲିକ୍ ହେବା କାରଣରୁ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାର ଖବର ପାଇବା ମାତ୍ରେ ପୋଲିସ ଏବଂ ପ୍ରଶାସନର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗର ସହାୟତାରେ ଆହତମାନଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

ପୋଲିସ ସତର୍କତାମୂଳକ ପଦକ୍ଷେପ ଭାବରେ ସମଗ୍ର ଅଞ୍ଚଳକୁ ସିଲ୍ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଯଦିଓ ଏହି ବିଷାକ୍ତ ଗ୍ୟାସ କାରଖାନାରୁ ଲିକ୍ ହୋଇଛି, ତଥାପି ବର୍ତମାନ ସୁଦ୍ଧା ତାହା ସଫା ହୋଇନାହିଁ ।

ଲୁଧିଆନା ୱେଷ୍ଟର ଏସଡିଏମ ସ୍ବାତୀ କହିଛନ୍ତି ଯେ, ନିଶ୍ଚିତ ଭାବରେ ଏହା ଏକ ଗ୍ୟାସ ଲିକ୍ ମାମଲା । ଲୋକଙ୍କୁ ଘଉଡାଇବା ପାଇଁ NDRF ଦଳ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏହି ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଅସୁସ୍ଥ ଅଛନ୍ତି । ଅନ୍ୟପକ୍ଷରେ, ଏଡିସିପି ସମୀର ବର୍ମା ଘଟଣାସ୍ଥଳରେ ପହଞ୍ଚି କହିଛନ୍ତି ଯେ ୫-୬ ଜଣଙ୍କୁ ଡାକ୍ତରଖାନା ନିଆଯାଇଛି । ଏହି ଅଞ୍ଚଳକୁ ସିଲ୍ କରାଯାଉଛି ଏବଂ ସେବେଠାରୁ ଉଦ୍ଧାର କାର୍ଯ୍ୟ ଚାଲିଛି ।

ଲୁଧିଆନାର ଗ୍ୟାସପୁରାରେ ଗ୍ୟାସ୍ ଲିକ୍ ଘଟଣାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗବତ ମାନ ଘଟଣାର ତଦାରଖ କରୁଛନ୍ତି । ମୁଖ୍ୟମନ୍ତ୍ରୀ ମାନ୍ ଏକ ଟୁଇଟ୍ କରି କହିଛନ୍ତି ଯେ ଲୁଧିଆନାର ଗ୍ୟାସପୁରା ଅଞ୍ଚଳରେ କାରଖାନାରୁ ଗ୍ୟାସ୍ ଲିକ୍ ଘଟଣା ଅତ୍ୟନ୍ତ ଦୁଃଖଦାୟକ। ପୋଲିସ, ସରକାରୀ ଟିମ୍ ଏବଂ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ସମସ୍ତ ସମ୍ଭାବ୍ୟ ସହାୟତା କରାଯାଉଛି ।

Leave a comment