ରାଜ୍ୟ ବିଜେପିରେ ବଡ଼ ପରିବର୍ତ୍ତନ; ସଭାପତି ସମୀର ମହାନ୍ତିଙ୍କ ସ୍ଥାନ ନେଲେ ମନମୋହନ ସାମଲ

0

ରାଜ୍ୟ ବିଜେପିରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି । ମନମୋହନ ସାମଲ ରାଜ୍ୟସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । ମନମୋହନଙ୍କୁ ରାଜ୍ୟ ସଭାପତି ଭାବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ନିଯୁକ୍ତ କରିଛନ୍ତି । ସମୀର ମହାନ୍ତିଙ୍କ ସ୍ଥାନ ନେଇଛନ୍ତି ମନମୋହନ ସାମଲ । ମନମୋହନ ସାମଲ ପୂର୍ବରୁ ମଧ୍ୟ ରାଜ୍ୟ ବିଜେପି ସଭାପତି ଥିଲେ । ରାଜ୍ୟରେ ବିଜେପି ଓ ବିଜେଡି ମେଣ୍ଟ ସରକାର ଥିବାବେଳେ ଶ୍ରୀ ସାମଲ ମନ୍ତ୍ରୀ ମଧ୍ୟ ଥିଲେ ।

Leave a comment