କପିଲ ଶର୍ମାଙ୍କ ଫିଲ୍ମ “ଜ୍ୱିଗାଟୋ”ରେ ଓଡ଼ିଶାର ଶିଶୁକଳାକାର ଓମ୍‌, ବଲିଉଡ଼୍‌ରେ ତାଙ୍କ ଅଭିନୟକୁ ନେଇ ଚର୍ଚ୍ଚା

ଓଫା ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ

0

ଭୁବନେଶ୍ୱର(ଓଡିଶା ଫାଷ୍ଟ): ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲଠାରେ ବଲିଉଡ଼୍‌ରେ ଏକ ଚର୍ଚ୍ଚିତ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରି ସୁନାମ ଅର୍ଜନ କରିଥିବା ଓଡ଼ିଶାର ଶିଶୁକଳାକାର ପ୍ରଜ୍ୱଳ ସାହୁ (ଓମ୍‌)ଙ୍କ ପାଇଁ ଓଡ଼ିଶାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଓଡ଼ିଶା ଫିଲ୍ମ ଫେଷ୍ଟିଭାଲ୍ ଓ ଆୱାର୍ଡ଼ସ୍ ଆନୁକୂଲ୍ୟରେ ତଥା ଲୋକପ୍ରିୟ “ଇଭେଚାମ୍ୟାନେଜମେଚା ପ୍ରତିଷ୍ଠାନ ହ୍ୱାଇଟ୍‌କାନ୍‌ଭାସ ସହଯୋଗରେ ଏକ ସ୍ୱତନ୍ତ୍ର ପ୍ରେସ୍‌ବିଜ୍ଞପ୍ତି ଓ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇଛି । ଓଫାର ଅଧ୍ୟକ୍ଷ ଉଲ୍ଲାସଚନ୍ଦ୍ର ବେହୁରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଫାର ସଭାପତି ଶ୍ରୀଯୁକ୍ତ ବାପୁଲେଙ୍କା, ଓଡ଼ିଶା ଚଳଚ୍ଚିତ୍ର କଳାକାର ସଂଘର ସାଧାରଣ ସଂପାଦକ ଶ୍ରୀଯୁକ୍ତ ଶ୍ରୀତମ୍ ଦାସ, ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ସଂଜୟ ନାୟକ (ଟୁଟୁ), ଅଭିନେତା ସୁଭାଶିଷ୍ ଶର୍ମା (ମଚାୁ) ପ୍ରମୁଖ ଅତିଥିଭାବେ ଯୋଗଦେଇ ଓଡ଼ିଶାର ଏହି ପ୍ରତିଭାବାନ୍ ଶିଶୁ କଳାକାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଐତିହାସିକ କଟକ ସହରରେ ଜନ୍ମିତ ପ୍ରଜ୍ୱଳ ସାହୁ (ଓମ୍‌) ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ତଥା ରୁଚି ଫୁଡ଼୍‌ଲାଇନ୍‌ର ପରିଚାଳନା ନିର୍ଦ୍ଦେଶକ ଡ଼.ଶରତ କୁମାର ସାହୁଙ୍କ ନାତି ତଥା ରୁଚିର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅରବିନ୍ଦ ସାହୁ ଓ ଶ୍ରୀମତୀ ସଲିନା ସାହୁଙ୍କ ସୁପୁତ୍ର । ଓମ୍ ନିଜର ଅଭିନୟ ଯାତ୍ରା ବଲିଉଡ଼୍‌ର ବିଶିଷ୍ଟ କମେଡ଼ି କିଙ୍ଗ୍ ତଥା ଅଭିନେତା କପିଲ୍ ଶର୍ମାଙ୍କ ଅଭିନୀତ ଫିଲ୍ମ “ଜ୍ୱିଗାଟୋ”ରେ କରିଥିବାବେଳେ ସେ ଏହି ଚଳଚ୍ଚିତ୍ରରେ କପିଲ୍‌ଙ୍କ ପୁଅ କାର୍ଚାିକ୍ ଭୂମିକାରେ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରଟି କରୋନା ମହାମାରୀ ସମୟରେ ସଂଘର୍ଷରତ ଜଣେ ଫୁଡ଼୍ ଡ଼େଲିଭରୀ କରୁଥିବା ବ୍ୟକ୍ତିର ଦୁଃଖ ଓ ଜୀବନ ସଂପର୍କରେ ନିର୍ମିତ ହୋଇଥିବା ବେଳେ ଏହାର ଟ୍ରେଲର୍ ସୋ ଲୋକପ୍ରିୟ ହୋଇପାରିଛି । ଜଣାଶୁଣା ପ୍ରଯୋଜିକା ତଥା ଅଭିନେତ୍ରୀ ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ “ଜ୍ୱିଗାଟୋ” ସର୍ବଭାରତୀୟ ସ୍ତରରେ ମୁକ୍ତିଲାଭ କରିଥିବାବେଳେ ସମସ୍ତ ଓଡ଼ିଶାବାସୀ ଓମ୍‌ଙ୍କ ପାଇଁ ଗର୍ବିତ । ମାତ୍ର ୧୩ ବର୍ଷ ବୟସରେ ବଲିଉଡ଼୍‌ରେ ଡ଼େବ୍ୟୁ କରିଥିବା ଓମ୍ ପିଲାଟି ବେଳୁ ବେଶ୍ ଚୁଲ୍‌ବୁଲ୍ ଓ ଚପଳ ସ୍ୱଭାବର ହୋଇଥିବାବେଳେ ସେ କିଟ୍ ରେ ପଡ଼ୁଥିବା ସମୟରେ ଅଡ଼ିଶନ୍‌ରେ କୃତିତ୍ୱ ଅର୍ଜନ କରିଥିଲେ । ଅଭିନୟ କରିବା ନିଜର ସଉକ୍ ବୋଲି ପ୍ରକାଶ କରିଛନ୍ତି ଓମ୍ । ସେଥିପାଇଁ ସେ କୌଣସି ସ୍ୱତନ୍ତ୍ର ତାଲିମ୍ ନେଇନାହାଁନ୍ତି । ଲକ୍ଷେଶ୍ୱରଙ୍କ ଆର୍ଶିବାଦ ଓ ନିଜର ଆତ୍ମବିଶ୍ୱାସ ବଳରେ ସେ ଏ ଶୁଭାରମ୍ଭ କରିଥିବା ବେଳେ ନିଜର ପିତା ଅରବିନ୍ଦ ସାହୁ ବହୁତ ପ୍ରେରଣା ଯୋଗାଇଛନ୍ତି ବୋଲି କହିଛନ୍ତି । ମାଆ ସଲିନା ସାହୁ ମଧ୍ୟ ସବୁପ୍ରକାର ସହଯୋଗ କରିଛନ୍ତି ତାଙ୍କୁ । ପାଠ ପଢା ସହ ଅଭିନୟ କିପରି ସନ୍ତୁଳିତ କରିହବ ତାହା ମାଆ ଠିକ୍ ଭାବେ ତୁଲାଇପାରିଛନ୍ତି । ନିଜ ଜେଜେମା ସଙ୍ଗୀତା ସାହୁ ଓ ପିଉସି ରଶ୍ମି ସାହୁ ସବୁବେଳେ ତାଙ୍କୁ ସମର୍ଥନ ଦେଇ ଆସିଛନ୍ତି ବୋଲି ପ୍ରକାଶ କରିଛନ୍ତି ଓମ୍ ।

ଏହି କାର୍ଯ୍ୟକ୍ରମରେ ଓଫାର ନିର୍ଦ୍ଦେଶକ ଚିଚାୁ ମିଶ୍ରଙ୍କ ଦ୍ୱାରା ନିର୍ମିତ ଓମ୍ ସଂପର୍କିତ ଏକ ସ୍ୱତନ୍ତ୍ର ଭିଡ଼ିଓ ପ୍ରଦର୍ଶିତ କରାଯାଇଥିବାବେଳେ ଓଫା ପକ୍ଷରୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସ୍ୱରୂପ ଉଚାରୀୟ, ପୁଷ୍ପଗୁଚ୍ଛ ଓ ଉପୋଢୌକନ ପ୍ରଦାନ କରାଯାଇଥିଲା । ଓମ୍‌ର ଏହି କୃତୀତ୍ୱ ପାଇଁ ଆଜି ଡ଼.ସୌରେନ୍ଦ୍ର ମହାପାତ୍ର, ଆର୍ଯ୍ୟାକୁମାରୀ ପାଣିଗ୍ରାହୀ, ବିଧୁଭୂଷଣ ମହାନ୍ତି, ଓସ୍‌ମେର ସଂପାଦକ ସ୍ୱାଚାିକ୍ ସ୍ୱାଇଁ, ଓଡ଼ିଶା କବାଡ଼ି ସଂଘର ସଂପାଦକ ଅଜୟ ବେହେରା, ସୂର୍ଯ୍ୟକାନ୍ତ ମହାନ୍ତି ଓ ରାମ ବେହେରା, ଇମାଓ ର ସଂପାଦକ ସରୋଜ ମାଲିଆ, ଗ୍ଲେମର-୭୭ ର ସଞ୍ଜୟ ମହାକୁଡ଼, ରେଡ଼ିଓ ଚକୋଲେଟ୍ ଓ ସମ୍ବାଦ ଡ଼ିଜିଟାଲ୍ ପକ୍ଷରୁ ଲିଙ୍ଗରାଜ ଲେଙ୍କା, ସିଦ୍ଧାର୍ଥ ପରିବାର ପକ୍ଷରୁ ମୋନାଲିସା ମହାପାତ୍ର, କନକ ନ୍ୟୁଜ୍ ପକ୍ଷରୁ ସୌଭାଗ୍ୟ ବେହେରା, ପ୍ରମେୟ ପରିବାର ପକ୍ଷରୁ ମନୋରଞ୍ଜନ, ସକାଳର ମୁଖ୍ୟ ସୁବ୍ରତ ଦାସ, ନିତୀଦିନର ଶୁଭକାନ୍ତ ଖଣ୍ଡେଇ, ଜ୍ୟୋତିରଞ୍ଜନ ମହାପାତ୍ର, ରୁଚିର ଲୋକ ସଂପର୍କ ଅଧିକାରୀ ଶୁଭେନ୍ଦୁ ଭୂୟାଁ ପ୍ରମୁଖ ସମ୍ବର୍ଦ୍ଧିତ କରିଥିବା ବେଳେ ୧୫୦ରୁ ଉର୍ଦ୍ଧ୍ୱ ଶୁଭେଚ୍ଛୁ, କଳାକାର ତଥା ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହି ଓଡ଼ିଶାର ଏହି ପ୍ରତିଭାବାନ୍ ଶିଶୁ କଳାକାରଙ୍କର ସଫଳତା କାମନା କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ଓଫା ପରିବାରର ସୌମ୍ୟଜିତ୍ ପରିଡ଼ା, ଅମୃତ ରଂଜନ ଦାସ, ଅସିତ୍ ସାମଲ, ଜ୍ଞାନରଂଜନ ରାୟ, ସ୍ମୃତିଶିକ୍ତ ସାମନ୍ତରାୟ, ସନ୍ତୋଷ ନାୟକ, ପତିତପାବନ ପଣ୍ଡା ପ୍ରମୁଖ ପରିଚାଳନା କରିଥିବା ବେଳେ ସହଯୋଗ କରିଥିଲେ ଦିବ୍ୟଜ୍ୟୋତି ସାହୁ ।

Leave a comment