ରାଜ୍ୟରେ ଆରମ୍ଭ ହେଲା “ବାଲ୍ ଆଧାର” ଯୋଜନା

0

ଜନ୍ମ ପଞ୍ଜିକରଣ ଓ ଜନ୍ମ ସାର୍ଟିଫିକେଟ ଶିଶୁର ପ୍ରଥମ ଅଧିକାର । ଯାହାକୁ ଲକ୍ଷ୍ୟରେ ରଖି ରାଜ୍ୟରେ ଆରମ୍ଭ ହୋଇଛି “ବାଲ୍ ଆଧାର” । ଏହି କ୍ରମରେ ଆଜି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଧାର କାର୍ଡ ଅପଡେଟ କରିବାକୁ ଭ୍ରାମ୍ୟମାଣ ଆଧାର ସେବା ଭ୍ୟାନକୁ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଶୁଭାରମ୍ଭ କରିଛନ୍ତି।

“ବାଲ୍ ଆଧାର” ଯୋଜନାରେ ଶିଶୁଙ୍କ ଜନ୍ମ ପରେ ପରେ ଆଧାର କାର୍ଡ ସଂଯୁକ୍ତ ସହ ଜନ୍ମ ପଞ୍ଜୀକରଣ କରାଯିବ। ଜନ୍ମ ପଞ୍ଜୀକରଣ ସହ ଆଧାର ସଂଯୋଗ ଦ୍ବାରା ସରକାରୀ ସେବା ପାଇବା ସହଜ ହେବ ଓ ଏହା ନିଶୁଳ୍କ ବୋଲି ସରାକାରଙ୍କ ପକ୍ଷରୁ କୁହାଯାଇଛି । ଶିଶୁ ଜନ୍ମ ହୋଇଥିବା ଚିକିତ୍ସାଳୟ ସହ ଯୋଗାଯୋଗ କରି ବାଲ୍ଆଧାର ପ୍ରାପ୍ତ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ, ଆଧାର ପଞ୍ଜୀକରଣ ପାଇଁ ମାଆବାପାଙ୍କର କୌଣସି ଜଣଙ୍କ ଆଧାର ନମ୍ବର ଥିବା ଜରୁରୀ। ୫ବର୍ଷ ପର୍ଯ୍ଯନ୍ତ ଶିଶୁର ବାୟୋମେଟ୍ରିକ ଅନିର୍ବାର୍ଯ୍ଯ ନୁହେଁ। ଶିଶୁ ଜନ୍ମର ୨୧ଦିନ ମଧ୍ୟରେ ପଞ୍ଜୀକରଣ ସମ୍ପୂର୍ଣ ନିଃଶୁକ୍ଳ ହୋଇଥିବାବେଳେ ଆଧାର କାର୍ଡ ପଞ୍ଜିକରଣ ସର୍ବଦା ନିଃଶୁକ୍ଳ ଅଟେ। ତେଣୁ ଶିଶୁ ଜନ୍ମ ହୋଇଥିବା ଚିକିତ୍ସାଳୟ ସହ ଯୋଗାଯୋଗ କରି ପିତାମାତା ଏହି ବାଲ୍ ଆଧାର ପ୍ରାପ୍ତ କରିପାରିବେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave a comment