ଆନ୍ଦୋଳନ ପ୍ରତ୍ୟାହୃତ କଲେ ଅଟୋ ସଂଘ
ସ୍ମାର୍ଟସିଟି ଅନଲାଇନ ଅଟୋ ସଂଘର ଆନ୍ଦୋଳନ ପ୍ରତ୍ୟାହୃତ । ଡିଜିପି ଓ ସିପିଙ୍କୁ ଭେଟି ଆଲୋଚନା କରିବା ପରେ ନିଷ୍ପତ୍ତି । ଡ୍ରାଇଭର ସଂଘକୁ ବିରୋଧ କରି ଧାରଣା ଦେଇଥିଲେ । ସଂଘ କହିଛି, ଷ୍ଟିଅରିଂ ଛାଡ ଆନ୍ଦୋଳନ ବେଳେ ଧର୍ମଘଟ ନାଁରେ ଆନ୍ଦୋଳନକାରୀ ବିଶୃଙ୍ଖଳା କରୁଛନ୍ତି ।
ଅନଲାଇନ କ୍ୟାବ୍ ଓ ଅଟୋ ମହାସଂଘ ଆନ୍ଦୋଳନକୁ ସମର୍ଥନ କରୁନାହାନ୍ତି । କିଛି ସ୍ଥାନରେ ଅଟୋ ରିକ୍ସା ଚାଳକମାନେ ଦୁର୍ବ୍ୟବହାରର ଶିକାର ହେଉଛନ୍ତି । ଏହାର ପ୍ରତିବାଦରେ ମାଷ୍ଟରକ୍ୟାଣ୍ଟିନରୁ ଲୋୟର ପିଏମଜି ଓ ଜନପଥରେ ଅଟୋରିକ୍ସା ରଖି ଚାଳକମାନେ ଧାରଣାରେ ବସିଥିଲେ ।