ସେନା ହେଲିକପ୍ଟର ଚିତା ଦୁର୍ଘଟଣାଗ୍ରସ୍ତ

0

ସେନା ହେଲିକପ୍ଟର ଚିତା ଦୁର୍ଘଟଣାଗ୍ରସ୍ତ ହୋଇଛି। ଅରୁଣାଚଳ ପ୍ରଦେଶ ଦିରାଙ୍ଗର ବୋମଦିଲାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଉକ୍ତ ହେଲିକପ୍ଟରଟି କ୍ରାସ୍ ହୋଇ ଜଳିଯାଇଛି। ବର୍ତ୍ତମାନ ସୁଦ୍ଧା ହେଲିକପ୍ଟରର ପାଇଲଟ ନିଖୋଜ ଥିବା ବେଳେ ସର୍ଚ୍ଚ ଅପରେସନ ଜାରି ରହିଛି।

ପ୍ରତିରକ୍ଷା PRO ଲେଫ୍ଟ କୋଲ ମହେନ୍ଦ୍ର ରାୱତ କହିଛନ୍ତି ଯେ, ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି। ଗୁରୁବାର ଦିନ ପ୍ରାୟ ସକାଳ ୯ଟା ୧୫ ସମୟରେ ଚପରଟି ଯୋଗାଯୋଗରୁ ବିଛିନ୍ନ ହୋଇଥିଲା।

Leave a comment