ଲିଭୁନି ପୁରୀ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସ ନିଆଁ; ଘଟଣା ସ୍ଥଳରେ ଅଗ୍ନିଶମ ଡିଜି ଓ ଗୃହମନ୍ତ୍ରୀ ପହଂଚି ସ୍ଥିତି କଲେ ଅନୁଧ୍ୟାନ
ଲିଭୁନି ପୁରୀ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସ ନିଆଁ । ୧୫ ଘଣ୍ଟାରୁ ଅଧିକ ସମୟ ହେବ ଅଗ୍ନିଶମବାହିନୀ ଏବଂ ଓଡ୍ରାଫ ଟିମ ଆୟତ୍ତ କରୁଛନ୍ତି । ଘଟଣାସ୍ଥଳରେ ପହଞ୍ଚି ମନ୍ତ୍ରୀ ଓ ଅଗ୍ନିଶମ ଡିଜି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେପଟେ, ପଛପଟ କାନ୍ଥ ଭଙ୍ଗା ଯାଇ ଭିତରକୁ ପଶିବାକୁ ଅଗ୍ନିଶମ କର୍ମଚାରୀ ଉଦ୍ୟମ କରୁଛନ୍ତି ।
ତେବେ ଘଟଣାସ୍ଥଳରେ ପହଞ୍ଚି ସନ୍ତୋଷ ଉପାଧ୍ୟାୟ ସ୍ଥିତି ପରଖିଛନ୍ତି । ପାରିପାର୍ଶ୍ୱିକ ପରିସ୍ଥିତି ଯୋଗୁଁ ନିଆଁ ଆୟତ୍ତ ହୋଇପାରୁନଥିବା କହିଛନ୍ତି । ବିଲ୍ଡିଂ ଭିତରକୁ ସମସ୍ତ ପ୍ରବେଶ ପଥ ବନ୍ଦ ରହିଛି । କେହି ଆହତ କିମ୍ବା ମୃତାହତ ହୋଇନଥିବା ଖୁସିର କଥା । ସେହିପରି ଘଟଣାସ୍ଥଳରେ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ମଧ୍ୟ ସ୍ଥିତି ପରଖିଛନ୍ତି । ଧନଜୀବନ ବଞ୍ଚାଇବାକୁ ପ୍ରାଥମିକତା ଦିଆଯାଉଥିବା ସେ କହିଛନ୍ତି । ସର୍ଟସର୍କିଟ ପାଇଁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି । ମାର୍କେଟ କମ୍ପେ୍ଲକ୍ସର ତଦାରଖ ପରେ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।