ଆପଣଙ୍କ ପିଲା କାନ୍ଦିଲେ ଫୋନ ଧରେଇ ଦେଉଛନ୍ତି କି ? ଜାଣିଛନ୍ତି, ଏହା ଦ୍ୱାରା ପିଲାଙ୍କ ଉପରେ ପଡିଥାଏ ଏଭଳି ଖରାପ ପ୍ରଭାବ
ଆଜିକାଲି ମୋବାଇଲ୍ ଫୋନ୍ ହେଉଛି ଜୀବନ ର ଗୋଟିଏ ଅପରିହାର୍ଯ୍ୟ ଅଙ୍ଗ ହୋଇ ଯାଇଛି କହିଲେ ଅତ୍ୟକ୍ତି ହେବ ନାହିଁ । ସକାଳ ଉଠିବା ଆରମ୍ଭ ହେଉଛି ଯଦି ମୋବାଇଲ୍ ଫୋନ୍ ରେ ରାତିରେ ଶୋଇବା ମଧ୍ୟ ସମ୍ପନ୍ନ ହେଉଛି ମୋବାଇଲ୍ ଫୋନ୍ ରେ । ଗୋଟିଏ ପରିବାର ରେ ଯେତେ ଜଣ ସଦସ୍ୟ ରୁହନ୍ତୁ ସେମାନଙ୍କ ମଧ୍ୟରେ ନିଜ ମଧ୍ୟରେ କମ୍ ଆଳାପ ଓ ମୋବାଇଲ୍ ରେ ଅଧିକ ସମୟ ଅତିବାହିତ ହେଉ ଥିବାର ଦେଖିବାକୁ ମିଳୁଛି । ଯାହାକି ଜୀବନ ଉପରେ ଗୋଟିଏ ନକାରାତ୍ମକ ପ୍ରଭାବ ପକାଉଛି ।
କିନ୍ତୁ ଆଜିର ସମୟରେ ଛୋଟ ଛୁଆ ଜନ୍ମ ହେଉ ହେଉ ଫୋନ୍ ସହିତ ନିଜକୁ ଜଡିତ ରଖୁଛନ୍ତି । ଯେପରିକି ଛୋଟ ପିଲାଟିଏ ଯଦି ଜିଦ୍ଦୀ କରିଥାଏ କିମ୍ବା କାନ୍ଦିଥାଏ ତେବେ ମାଆଟି ତାକୁ ଚୁପ କରିବା ପାଇଁ ତା ହାତରେ ତୁରନ୍ତ ଫୋନ କିମ୍ବା ଟାବଲେଟ ଟିଏ ଦେଇ ଚୁପ କରାଇ ଦେଇଥାଏ l
-ଏହାଦ୍ୱାରା ଶିଶୁଟି ସେହି ସମୟରେ ଚୁପ ତ ହୋଇ ଯାଇଥାଏ କିନ୍ତୁ ଏହା ତାହାର ଭବିଷ୍ୟତ ପାଇଁ ଗୋଟିଏ ଗମ୍ଭୀର ପରିଣାମ ସୃଷ୍ଟି କରିଥାଏ l ଏହାଦ୍ୱାରା ପିଲାମାନେ ବଡ଼ ହେବା ଦ୍ୱାରା ଅନ୍ୟ ପିଲା ମାନଙ୍କ ସହିତ ମିଶି ପାରନ୍ତି ନାହିଁ l
– ଏହାଛଡା ପିଲା ମାନଙ୍କର ଏକାଗ୍ରତା ବାଧା ସୃଷ୍ଟି ହୋଇଥାଏ l କାହିଁକି ନା ଆଜିର ବ୍ୟସ୍ତ ବହୁଳ ଜୀବନ ରେ ମାତାପିତା ମାନେ ଅଧିକ ସମୟ ଦେଇ ପାରୁ ନାହାନ୍ତି l ଯାହାଦ୍ୱାରା ପିଲାମାନେ ଅଧିକ ରୁ ଅଧିକ ସମୟ ଫୋନ ରେ ବିତାଇ ଥାଆନ୍ତି l ଏପରି ସ୍ଥିତିରେ ସେମାନଙ୍କ ଏକାଗ୍ରତା ଭଙ୍ଗ ହୋଇଥାଏ ଓ ସେମାନଙ୍କ ଶିକ୍ଷା ମଧ୍ୟ ବାଧାପ୍ରାପ୍ତ ହୋଇଥାଏ l
– ଗୋଟିଏ ଗବେଷଣା ଅନୁସାରେ କୁହାଯାଇଛି ଯେ ଛୋଟ ପିଲାଙ୍କ ହାତରେ ମୋବାଇଲ ଧରାଇବା ଅର୍ଥ ସେମାନଙ୍କ ଶୈଶବ କୁ ନଷ୍ଟ କରିବା ସହିତ ସମାନ l କାହିଁକି ନା ଏଭଳି ସ୍ଥିତିରେ ପିଲାମାନେ ସମ ବୟସ୍କ କିମ୍ବା ବଡ ମାନଙ୍କ ସହିତ ଖୁବ କମ ଭାବର ଆଦାନ ପ୍ରଦାନ କରନ୍ତି l ଏଭଳି ଶିଶୁ ମାନେ ଭାବନାତ୍ମକ ଭାବରେ ଖୁବ ଦୁର୍ବଳ ହୋଇ ଥାଆନ୍ତି l
– ଏହାଛଡା ଅନ୍ୟ ଗୋଟିଏ ଅଧ୍ୟୟନ ରୁ ଜଣା ପଡିଛି ଯେ ପିଲା ମାନଙ୍କ ମୋବାଇଲ ବ୍ୟବହାର ସମୟ ମାନେ ପଡିଯିବା ମାତ୍ରକେ ତାଙ୍କ ମଧ୍ୟରେ ଚିଡିଚିଡା ଭାବି ଅଧିକ ବୃଦ୍ଧି ପାଇଥାଏ l ସେମାନେ ବିଭିନ୍ନ ଆଳ ଦେଖାଇ କାନ୍ଦିବା କିମ୍ବା ଜିଦ୍ଦୀ କରିବା ଆରମ୍ଭ କରନ୍ତି l
– ମୋବାଇଲ ଫୋନ ଛୋଟ ପିଲାଙ୍କ ମଧ୍ୟରେ ଶାରୀରିକ ପରିଶ୍ରମ ଘଟାଇବାରେ ବାଧାପ୍ରାପ୍ତ ତ କରୁଛି ଏହାଛଡା ସେମାନଙ୍କୁ ଅସାମାଜିକ ମଧ୍ୟ କରି ଦେଉଛି l ଯେପରିକି ଘରକୁ ଆସୁଥିବା ଅତିଥି ମାନଙ୍କୁ ଅଣଦେଖା କରିବା, ନଚେତ ବଡ଼ ମାନଙ୍କ ସହିତ ନିଜର ମନର ଭାବି ବାଣ୍ଟିବା, ଅର୍ଥାତ ଖୁବ କ୍ରୋଧୀ ହୋଇଯିବା ଇତ୍ୟାଦି l