ଶ୍ରଦ୍ଧା ହତ୍ୟା ଭଳି ଆଉ ଏକ ଘଟଣା; ପ୍ରେମିକାକୁ ହତ୍ୟା କରି ମୃତଦେହକୁ ଢାବାର ଫ୍ରିଜରେ ରଖିଥିଲା

0

ଦିଲ୍ଲୀର ବାବା ହରିଦାସ ନାଗରର ମିତ୍ରାଓଁ ଗ୍ରାମରୁ ଏକ ଶ୍ରଦ୍ଧା ହତ୍ୟା ମାମଲା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ପ୍ରେମିକ ତାର ପ୍ରେମିକାକୁ ହତ୍ୟା କରି ମୃତ ଶରୀରକୁ ଢାବାର ଫ୍ରିଜରେ ରଖିଥିବା ଜଣାପଡ଼ିଛି। ହତ୍ୟା କରିଥିବା ଯୁବକର ନାଁ ସାହିଲ ଗେହଲଟ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଅଭିଯୁକ୍ତ ସାହିଲ ଗେହଲୋଟକୁ ପୁଲିସ ଗିରଫ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଯୁବକଙ୍କ ବିବାହ ଅନ୍ୟ ଏକ ଝିଅ ସହ ସ୍ଥିର ହୋଇଥିଲା। ପ୍ରେମିକା ଯୁବକଙ୍କର ବିବାହରେ ବାଧା ସୃଷ୍ଟି କରୁଥିଲା। ସେ ଚାହୁଁ ନ ଥିଲେ ଯେ ସାହିଲ ଅନ୍ୟତ୍ର ବିବାହ କରନ୍ତୁ। ଏ ସମ୍ପର୍କରେ ସାହିଲ ତାଙ୍କ ପ୍ରେମିକାକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ। ସେ ପ୍ରେମିକାକୁ ଡାକି ହତ୍ୟା କରିଥିଲେ। ହତ୍ୟା ପରେ ସେ ତାଙ୍କ ପ୍ରେମିକାଙ୍କ ମୃତଦେହକୁ ନିଜ ଢାବାରେ ରଖିଥିବା ଫ୍ରିଜରେ ଲୁଚାଇ ଦେଇଥିଲେ।

Leave a comment