ଧାମନଗର ଉପନିର୍ବାଚନ ପାଇଁ ଆସିଥିବା ପୋଲିଂ ଅଧିକାରୀଙ୍କ ଦେହାନ୍ତ; ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଧାମନଗର ଉପନିର୍ବାଚନ ପାଇଁ ମତଦାନ ଚାଲିଛି । ଏହାରି ମଧ୍ୟରେ ଧାମନଗର ଉପନିର୍ବାଚନରେ ନିୟୋଜିତ ଥିବା ପୋଲିଂ ଅଧିକାରୀ ନଟବର ମୁଣ୍ଡାଙ୍କ ମୃତ୍ୟୁ ହୋଇଛି। ତାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ନଟବରଙ୍କ ବିୟୋଗରେ ଗଭୀର ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସେ ନିଜର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଏକ ଟ୍ୱିଟ୍ କରିଛନ୍ତି ।
ଧାମନଗର ଉପନିର୍ବାଚନରେ ନିୟୋଜିତ ଥିବା ପୋଲିଂ ଅଫିସର ନଟବର ମୁଣ୍ଡାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) November 3, 2022
ଲେଖିଛନ୍ତି ଯେ, ‘ଧାମନଗର ଉପନିର୍ବାଚନରେ ନିୟୋଜିତ ଥିବା ପୋଲିଂ ଅଫିସର ନଟବର ମୁଣ୍ଡାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି ।’
ସୂଚନା ମୁତାବକ, ମୃତ ପୋଲିଂ ଅଧିକାରୀଙ୍କୁ ମିଳିବ ସହାୟତା ରାଶି । ତାଙ୍କର ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ । ଉପନିର୍ବାଚନ ଦାୟିତ୍ୱରେ ଥିଲେ ପୋଲିଂ ଅଧିକାରୀ ନଟବର ମୁଣ୍ଡା । ଅସୁସ୍ଥ ହେବାରୁ ଏସସିବିରେ ସେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ । ଆଜି ସକାଳେ ନଟବର ମୁଣ୍ଡାଙ୍କର ମୃତ୍ୟୁ ହୋଇଛି । ସହାୟତା ରାଶି ନେଇ ସିଇଓ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି ।