ଅଣଦେଖା ଯୋଗୁଁ କଂଗ୍ରେସ ଛାଡିଲେ ପ୍ରଣୟ ସାହୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବରିଷ୍ଠ କଂଗ୍ରେସ ନେତା ପ୍ରଣୟ କୁମାର ସାହୁ ସୋମବାର ଦଳରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ର ପ୍ରଦେଶ କଂଗ୍ରେସ ଓ ଜିଲ୍ଲା କଂଗ୍ରେସ କମିଟି ସଭାପତିଙ୍କ ନିକଟକୁ ପଠାଇଛନ୍ତି । ତେବେ କଂଗ୍ରେସ ଛାଡିବା ପରେ ପ୍ରଣୟ କେଉଁ ଦଳରେ ଯୋଗଦେବେ ସେ ସମ୍ପର୍କରେ ସନ୍ଧ୍ୟା ସୁଦ୍ଧା ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଗତ ବିଜେପୁର ଉପନିର୍ବାଚନରେ ପରାଜୟ କାରଣ ଖୋଜିବା ପାଇଁ ଏକ ସମୀକ୍ଷା ବୈଠକ କରିବାକୁ ଅନୁରୋଧ କରାଯାଇଥିଲା । ମାତ୍ର ଏ ପର୍ଯ୍ୟନ୍ତ ବୈଠକ ହୋଇ ପାରିଲାନାହିଁ । ସେହିପରି ଦଳର କର୍ମକର୍ତ୍ତା ପୁନର୍ଗଠନରେ ମଧ୍ୟ ତାଙ୍କପ୍ରତି ଅଣଦେଖା କରାଗଲା । ଯେଉଁମାନେ ବିଜେପୁର ଉପନିର୍ବାଚନ ରେ ଦଳ ବିରୋଧୀ କାମ କରିଥିଲେ, ସେମାନଙ୍କୁ ବିଭିନ୍ନ ପଦ ପଦବୀରେ ଅବସ୍ଥାପିତ କରାଗଲା । ତେଣୁ ସେ କଂଗ୍ରେସ ଛାଡ଼ିବାକୁ ବାଧ୍ୟ ହେଲେ ବୋଲି ସାହୁ କହିଛନ୍ତି । ଏଆଇସିସିର ସାଧାରଣ ସମ୍ପାଦକ ତଥା ଦଳର ଓଡ଼ିଶା ସହ ପ୍ରଭାରୀ ଶେଖ ମୁସ୍ତାକ ଅଲ୍ଲୀ କହିଛନ୍ତି, ପ୍ରଣୟଙ୍କ ଇସ୍ତଫା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।

ସୂଚନାଯୋଗ୍ୟ,ଗତ ସପ୍ତାହକ ମଧ୍ୟରେ ୫ ବରିଷ୍ଠ ନେତା କଂଗ୍ରେସ ଛାଡି ସାରିଲେଣି।

Leave a comment