ଅପମାନିତ ହେଲେ ସୁର ରାଉତରାଏ ! ପାସ୍‌ ଥାଇ ବି କଳିଙ୍ଗ ଷ୍ଟାଡିୟମ୍‌ରେ ମିଳିଲାନି ଏଣ୍ଟ୍ରି

0

କଳିଙ୍ଗ ଷ୍ଟାଡିୟମରେ ଆଜିଠୁ ୧୭ ବର୍ଷରୁ କମ୍‌ ବାଳିକାଙ୍କ ଫୁଟ୍‌ବଲ୍‌ ବିଶ୍ୱକପ୍‌ ଆରମ୍ଭ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ଦେଖିବାକୁ ଯାଇ ହଟହଟା ହୋଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାଏ। ସେ ଷ୍ଟାଡିୟମ୍‌ ଭିତରକୁ ଯିବାବେଳେ ତାଙ୍କୁ ଟିକେଟ୍‌ ମଗାଯାଇଥିଲା। କିନ୍ତୁ ତାଙ୍କ ପାଖେ ଟିକେଟ୍‌ ନଥିବାରୁ ସୁରଙ୍କୁ ବାହାରକୁ ଯିବା ପାଇଁ କୁହାଯାଇଥିଲା ବୋଲି ଜଣାପଡ଼ିଛି।

ଅନ୍ୟପଟେ ବିଧାୟକଙ୍କ ପାଖେ ଷ୍ଟାଡିୟମ୍‌କୁ ଖେଳ ଦେଖିଯିବା ପାଇଁ ପାସ୍‌ ଥିଲାବେଳେ ଏହା ଗ୍ରହଣୀୟ ନୁହେଁ ବୋଲି ତାଙ୍କୁ କୁହାଯାଇଥିଲା।

ଏଥିପାଇଁ ସୁର ରାଉତରାଏ ଉତକ୍ଷିପ୍ତ ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ସୁର ରାଉତରାଏ ପ୍ରତିକ୍ରିୟା ଦେଇ କହିଛନ୍ତି ”କହିଲେ ଟିକେଟ୍‌, ମୁଁ କହିଲି ପାସ୍‌, ନା ପାସ୍‌ ସିଷ୍ଟମ୍‌.. ପ୍ଲିଜ୍‌ ଆଉଟ୍‌। ସେ ଆହୁରି କହିଛନ୍ତି ”ପାସ୍‌ କାହିଁକି ଦେଉଥିଲ ? କଣ ପାଇଁ ଦେଉଥିଲ ? ଆମେ ଫୁଟ୍‌ବଲ୍‌ ପ୍ଲେୟାର୍‌, ଆମେ କଳିଙ୍ଗ ଷ୍ଟାଡିୟମ୍‌ କରିଛୁ, ଏଠି ପରିଚାଳନା ଭୁଲ୍‌, ଏମାନେ ପ୍ରହସନ କରୁଛନ୍ତି ଗୋଟେ ଡ୍ରାମା କରୁଛନ୍ତି”।

Leave a comment