ବନ୍ଧା ହେଲେ ଦାଉଦ ଇବ୍ରାହିମ ଗ୍ୟାଙ୍ଗର ୫ ଜଣ ସଦସ୍ୟ

ବନ୍ଧା ହେଲେ ପଳାତକ ଡନ୍ ଦାଉଦ ଇବ୍ରାହିମ ଗ୍ୟାଙ୍ଗର ୫ ଜଣ ସଦସ୍ୟ। ଜୋରଜବରଦସ୍ତି ବଟି ଆଦାୟ ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୁଲିସ ଡି-କମ୍ପାନୀ ସହ ଜଡିତ ଏହି ୫ ଜଣଙ୍କୁ ଆଜି ଗିରଫ କରିଛି। ଗିରଫ ସଦସ୍ୟଙ୍କ ମଧ୍ୟରେ ଅଜୟ ଗାଣ୍ଡା, ପିରୋଜ ଚମଦା, ସମୀର ଖାନ, ପାପା ପଠାନ ଓ ଅମଜଦ ରେଡକର ଅଛନ୍ତି।
ଗତମାସରେ ଗିରଫ ହୋଇଥିବା ରିଆଜ ଭଟ୍ଟ ସହ ମିଶି ଏମାନେ ମୁମ୍ବାଇର ବିଭିନ୍ନ ବ୍ୟବସାୟୀଙ୍କ ଠାରୁ ବଟି ଆଦୟ କରୁଥିବା ଅଭିଯୋଗ ରହିଛି। ସୋମବାର ବିଳମ୍ବିତ ରାତିରେ ଏବଂ ମଙ୍ଗଳବାର ଦିନ ପଶ୍ଚିମ ଓ ଦକ୍ଷିଣ ମୁମ୍ବାଇର ବିଭିନ୍ନ ସ୍ଥାନରୁ ଏହି ପାଞ୍ଚ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି।
ଏହାପୂର୍ବରୁ ମୁମ୍ବାଇ ପୁଲିସ ସଲିମ୍ କୁରେଶି ଓରଫ ସଲିମ୍ ଫ୍ରୁଟ୍, ଗ୍ୟାଙ୍ଗଷ୍ଟର ଛୋଟା ଶକିଲର ଭିଣେଇ ତଥା ବ୍ୟବସାୟୀ ରିୟାଜ ଭାଟିଙ୍କୁ ଦାଦାବଟି ଆଦାୟ ମାମଲାରେ ଗିରଫ କରିଥିଲା। ଏମାନଙ୍କ ବିରୋଧରେ ପୁଲିସ ମକୋକା ଆକ୍ଟରେ ପୁଲିସ ମାମଲା ରୁଜୁ କରିଥିଲା।
ଏମାନେ ଏକ ବ୍ୟବସାୟୀଙ୍କୁ ଧମକ ଦେଇ ୩୦ ଲକ୍ଷ ଟଙ୍କାର କାର୍ ଓ ନଗଦ ୭.୫ ଲକ୍ଷ ଟଙ୍କା ମାଗିଥିଲେ। ଦାଉଦ ଇବ୍ରାହିମ ଗ୍ୟାଙ୍ଗ ଆତଙ୍କବାଦୀ କାର୍ଯ୍ୟକଳାପରେ ସହାୟତା କରିବା ଅଭିଯୋଗରେ ସଲିମ ଫ୍ରୁଟ୍କୁ ଏନ୍ଆଇଏ ଗିରଫ କରିଥିବାବେଳେ ପଚରାଉଚରା ପାଇଁ ରିମାଣ୍ଡରେ ନେଇଥିଲା ଏଇସି ।