ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି

0

CJI ୟୁୟୁ ଲଳିତ କେନ୍ଦ୍ର ସରକାରଙ୍କୁ ଦେଇଥିବା ଉତ୍ତରରେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବରେ ଚୟନ କରିଛନ୍ତି। ଏଭଳି ପରିସ୍ଥିତିରେ ଜଷ୍ଟିସ୍ ଡି ୱାଇ ଚନ୍ଦ୍ର ଚୂଡ ଦେଶର ପରବର୍ତ୍ତୀ ୫୦ ତମ CJI ଭାବରେ ଦାଇତ୍ଵ ଗ୍ରହଣ କରିବେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ୟୁୟୁ ଲଳିତ ମଙ୍ଗଳବାର ଦିନ ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡଙ୍କୁ ତାଙ୍କ ଉତ୍ତରାଧିକାରୀ ତଥା ଭାରତର ନୂତନ CJI ବୋଲି କହିଛନ୍ତି।

ଜଷ୍ଟିସ ଚନ୍ଦ୍ରଚୂଡ ଆସନ୍ତା ମାସ ନଭେମ୍ବର ୯ ରେ ଦେଶର ୫୦ ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିବେ। CJI ୟୁୟୁ ଲଳିତ କେନ୍ଦ୍ର ସରକାରଙ୍କୁ ଦେଇଥିବା ଉତ୍ତରରେ ଜଷ୍ଟିସ ଚନ୍ଦ୍ରଚୂଡଙ୍କ ନାମ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବରେ ପଠାଇଛନ୍ତି।

Leave a comment