ମାସ୍କ ନଥିଲେ ସପିଂ ମଲ୍ ମନା
ମାସ୍କ ନଥିଲେ ସପିଂ ମଲ୍ ମନା। ରାଜଧାନୀ ଭୁବନେଶ୍ୱରରେ ଦ୍ରୁତ ସଂକ୍ରମଣ ରୋକିବାକୁ ବିଏମସିର କଡା ପଦକ୍ଷେପ। ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ନିଶ୍ଟିତ କରିବାକୁ ମଲ୍ ମାନଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି। ଶତପ୍ରତିଶତ ଗ୍ରାହକ ଯେଭଳି ମାସ୍କ ପିନ୍ଧିବେ, ସାମାଜିକ ଦୂରତା ରକ୍ଷା କରିବେ, ମଲ୍ରେ ପ୍ରବେଶ ପୂର୍ବରୁ ହାତ ସାନିଟାଇଜ କରିବେ ସେ ବାବଦରେ ସତର୍କ ଦୃଷ୍ଟି ଦେବାକୁ କୁହାଯାଇଛି।
ମଲ୍ ଭିତରେ ଭିଡ ନକରିବା ପାଇଁ ମଧ୍ୟ କହିଛି ବିଏମସି। କରୋନା ନିୟମ କଡାକଡି ପାଳନ କରିବା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି। ସାମାଜିକ ଦୂରତା ନିୟମ ଠିକ୍ ଭାବେ ପାଳନ କରାଯିବ , ଏହାର ତଦାରଖ ପାଇଁ ମଲ୍ ପକ୍ଷରୁ ଜଣେ କର୍ମଚାରୀଙ୍କୁ ନିଯୁକ୍ତ କରିବାକୁ କହିଛି ବିଏମସି।
କରୋନା ସଂକ୍ରମଣ ଏଡ଼ାଇବାକୁ ଠେଲା ଜଳଖିଆ, ଚା, ଲସି, ଗୁପଚୁପ୍ ଦୋକାନୀଙ୍କୁ ଭିଡ଼ ନକରିବା ପାଇଁ କୁହାଯାଇଛି । ଦୋକାନ ଆଗରେ ଯେପରି ଭିଡ଼ ନହେବେ ସେଥିପାଇଁ ତାଗିଦ କରିଛି ବିଏମସି ।
ଦୋକାନୀ ଭିଡ଼ ସମ୍ଭାଳି ନପାରିଲେ ଖାଦ୍ୟ ପାର୍ସଲ ଦେବାକୁ ପରାମର୍ଶ ଦିଆଯାଇଛି ।