ଘରେ ବନାନ୍ତୁ ବେକଡ ଚିକେନ

0

ଚିକେନରେ ତ ଆପଣ ବିଭିନ୍ନ ପ୍ରକାର ଆଇଟମ କରି ନିଶ୍ଚିତ ରୂପେ ଖାଇଥିବେ । ଆଜି ଆପଣଙ୍କୁ କହିରଖୁଛୁ ବେକଡ଼ ଚିକେନ ବିଷୟରେ | ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭ ଦାୟୀ ହେବା ସହ ପାଟିକୁ ବି ଖୁବ ସ୍ୱାଦିଷ୍ଟ ଲାଗିଥାଏ ।

ଆବଶ୍ୟକ ସାମଗ୍ରୀ :
୧୫ ଲେଗ ପିସ ଚିକେନ, ୨.୨ ଚାମଚ ଆଭକାଡୋ ତେଲ, ୩. ୨ ଚାମଚ ରସୁଣ ବଟା, ୪. ୨ ଚାମଚ ପିଆଜ ବଟା, ୫. ଦେଢ଼ ଚାମଚ ପାପରିକା, ୬. ଗୋଟେ ଚାମଚ ଲୁଣ, ୭ . ଅଧା ଚାମଚ ଗୋଲମରିଚ ଗୁଣ୍ଡ
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ନିଜ ଓଭାନକୁ ୪୨୫ ଫରେନହିଟରେ ଗରମ କରି ନିଅନ୍ତୁ । ଏକ ଛୋଟ ପାତ୍ରରେ ଉପରେ ଦିଆଜିଥିବା ସମସ୍ତ ଜିନିଷ ଗୁଡିକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏବେ ସେଥିରେ କିଛି ତେଲ ମିଶାନ୍ତୁ । ନିଜ ହାତରେ ଚିକେନର ସବୁ ପାଖରେ ମସଲା ମାରି ଦିଅନ୍ତୁ । ଏବେ ଚିକେନ ପିସକୁ ବେକିଙ୍ଗ ସିଟ ଉପରେ ରଖି ସେକି ଦିଅନ୍ତୁ । ଏବେ କିଛି ଗୁଣ୍ଡ ମସଲାକୁ ଛିଂଚି ଦିଅନ୍ତୁ । ୩୫ ରୁ ୪୦ ମିନିଟ ଯାଏଁ ସେକି ଦିଅନ୍ତୁ । ଯେପର୍ଯ୍ୟନ୍ତ ଭିତରର ତାପମାତ୍ରା ୧୬୦ ଡିଗ୍ରୀ ଫରେନହିଟ ପହଞ୍ଚି ନଯିବ । ଚାହିଁଲେ ଅଧିକ ସମୟ ଯାଏଁ ସେକି ପାରିବେ । ଏବେ ଖାଇବା ପୂର୍ବରୁ ୫ ମିନିଟ ଯାଏଁ ଛାଡ଼ି ଦିଅନ୍ତୁ ।

Leave a comment