ୟୁକ୍ରେନ୍‌ ସେନାରେ ଭାରତୀୟ ଯୁବକ, ଦେଶକୁ ଫେରିବାକୁ କରୁଛନ୍ତି ନିବେଦନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଋଷ-ୟୁକ୍ରେନ୍‌ ଯୁଦ୍ଧ 2ସପ୍ତାହ ହେଲାଣି । ବୋମା ମାଡ଼କୁ ଗୁଳିବର୍ଷା। ଉଠୁଛି ପଡ଼ୁଛି ୟୁକ୍ରେନ୍‌। ୟୁକ୍ରେନ୍‌ ଛାଡ଼ୁଛନ୍ତି ଅନେକ ଲୋକ। ଆଉ କିଛି ଭାରତୀୟ ନିଜ ଦେଶକୁ ଫେରିବାକୁ କରୁଛନ୍ତି ନିବେଦନ। ସେମିତି ଜଣେ ଛାତ୍ର ହେଲେ ଆର୍‌ ସୈନିକେଶ୍‌। ବୟସ ୨୧ । ଘର ତାମିଲନାଡୁର କୋଏମ୍ବଟୁରରେ। ସେ ୟୁକ୍ରେନରେ National Aerospace Universityରେ ପାଠ ପଢ଼ନ୍ତି। ସୈନିକେଶ ଫେବୃଆରୀରେ ୟୁକ୍ରେନ ସେନାରେ ଭଲେଣ୍ଟିଅର ଭାବେ ସାମିଲ୍‌ ହୋଇଛନ୍ତି। ଏବେ କିନ୍ତୁ ଫେରିବାକୁ ଚାହୁଁଛନ୍ତି କୋଏମ୍ବଟୁର ସ୍ଥିତି ନିଜ ଘରକୁ । ତାଙ୍କ ଉଚ୍ଚତା ପାଇଁ ସେ ୨ଥର ଭାରତୀୟ ସେନାରେ ହୋଇଥିଲେ ରିଜେକ୍ଟ।

ସୂଚନାନୁସାରେ ଏରୋସ୍ପେସ୍‌ ଇଞ୍ଜିନିୟରିଂ ଛାତ୍ର ହେଉଛନ୍ତି ସୈନୀକେଶ। ଗତ ମାସରେ ଜର୍ଜିୟାଇ ରାଷ୍ଟ୍ରୀୟ ସେନାରେ ସାମିଲ୍‌ ହୋଇଥିଲେ। ଆଉ ଯୁଦ୍ଧ ଆରମ୍ଭ ହେବା ପରଠୁ ୟୁକ୍ରେନ୍‌ର ସମର୍ଥନରେ ଋଷ ସେନା ସହ ଲଢୁଛନ୍ତି । ଜର୍ଜିଆ ନ୍ୟାସନାଲ ଆର୍ମି ହେଉଛି ଏକ ପାରାମିଲିଟାରୀ ୟୁନିଟ୍ ଯାହା ମୁଖ୍ୟତ ଜର୍ଜିଆ ସ୍ୱେଚ୍ଛାସେବୀମାନଙ୍କୁ ନେଇ ଗଠିତ। ସୈନୀକେଶ ଏହି ଯୁଦ୍ଧରେ ୟୁକ୍ରେନ ପକ୍ଷରୁ ଲଢ଼ୁଛନ୍ତି।

ଏବେ କିନ୍ତୁ ସେ ନିଜ ଦେଶକୁ ଫେରିବାକୁ ଚାହୁଁଛନ୍ତି। ଏହି ବିଷୟରେ କିଛି ବି ଜାଣିନଥିଲେ ସୈନୀକେଶଙ୍କ ଘର ଲୋକେ। କିଛିଦିନ ପୂର୍ବରୁ ସୈନୀକେଶଙ୍କ ବାପା ମାଙ୍କୁ ଭେଟିଥିଲେ କେନ୍ଦ୍ରୀୟ ଇଣ୍ଟେଲିଜେନ୍ସ ଅଧିକାରୀ। ଆଉ ମାଗିଥିଲେ ସୈନିକେଶଙ୍କ ବିବରଣୀ । ସେତେବେଳେ ଏସବୁ ବିଷୟରେ ଜାଣିବାକୁ ପାଇଥିଲେ ତାଙ୍କ ବାପା ମା’।

ବାପା ରବି ଚନ୍ଦ୍ରନ ତାଙ୍କ ପୁଅଙ୍କ ସହ ତିନି ଦିନ ପୂର୍ବରୁ କଥା ହୋଇଥିଲେ। ଏହି ସମୟରେ ସେ ଘରକୁ ଫେରିବାକୁ ଚାହୁଁଥିବା କଥା କହିଥିଲେ। ତାପରେ ଆଉ କଥା ହୋଇ ପାରି ନାହାନ୍ତି। ଭାରତୀୟ କର୍ତ୍ତୃପକ୍ଷ ଏହି ଘଟଣା ଉପରେ ରଖିଛନ୍ତି ତୀକ୍ଷ୍ଣ ନଜର। ତେଣୁ ବାପ ଆଶା ରଖିଛନ୍ତି ଯେ ପୁଅକୁ ସେମାନେ ଶୀଘ୍ର ଫେରାଇ ଆଣିବେ।

Leave a comment