ଆଇଇଡି ବିସ୍ଫୋରଣରେ ଦୁଇ ଆଇଟିବିପି ଯବାନ ଆହତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମଣିପୁରରେ ଏକ ଆଇଇଡି ବିସ୍ଫୋରଣରେ ଆଇଟିବିପିର 2 ଜଣ ଯବାନ ଆହତ ହୋଇଛନ୍ତି । ଇମ୍ଫାଲରୁ ୪୫ କି.ମି. ଦୁର କାକାସିଙ୍ଗ ଜିଲ୍ଲାର ବାଂଗୁ ତେରା ଅଞ୍ଚଳରେ ସନ୍ଧ୍ୟା ୮ଟାରେ ଏହି ବିସ୍ଫୋରଣ ଘଟିଥିଲା।
ଆହତ ହୋଇଥିବା କନଷ୍ଟେବଲ ଗୌରବ ରାୟ ଓ ଗିରିଜା ଶଙ୍କର ରାୟ ରାଜ୍ୟ ପୋଲିସ ସହ ଯାଉଥିଲେ ବୋଲି ଆଇଟିବିପି ଅଧିକାରୀ ସୂଚନା ଦେଇଛନ୍ତି । ଆହତ ୨ ଦୁଇ କନଷ୍ଟେବଲ ୬୧୦ ବାଲାଲିୟନର ଯବାନ ହୋଇଥିବା ବେଳେ ସେମାନେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିଲେ । 2ଜଣ ଯବାନଙ୍କୁ ଏବେ ଜିଲ୍ଲା ସିଭିଲ ହସପିଚାଲରେ ଭର୍ତ୍ତି କରାଯାଇଛି । 2ଜଣ ଯବାନ ବିପଦମୁକ୍ତ ଅଛନ୍ତି ବୋଲି ଡାକ୍ତରଖାନା କର୍ତ୍ତୁପକ୍ଷ କହିଛନ୍ତି ।