ଫୋନରେ କଥାହୋଇ ଗାଡ଼ି ଚଳାଉଥିଲେ ଆଉ ଦେବାକୁ ପଡିବନି ଜୋରିମାନା
ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଗାଡ଼ି ଚାଳକଙ୍କ ପାଇଁ ଆଣିଛନ୍ତି ଏକ ଖୁସି ଖବର । କିଛି ନିୟମ ମାନି ଫୋନରେ କଥାହୋଇ ଗାଡ଼ି ଚଳାଇଲେ ଆଉ ଦେବାକୁ ପଡ଼ିବ ନାହିଁ ଜୋରିମାନା ।
ସୂଚନା ଅନୁଯାୟୀ, ଲୋକସଭାରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ କହିଥିଲେ, ଯଦି ଆପଣଙ୍କ ଫୋନ ହ୍ୟାଣ୍ଡ-ଫ୍ରି ଡିଭାଇସ୍ ସହିତ ସଂଯୁକ୍ତ ଥିବ ତେବେ ଟ୍ରାଫିକ ଅଧିକାରୀ ଆପଣଙ୍କ ଠାରୁ ଜୋରିମାନା ଆଦାୟ କରିପାରିବେ ନାହିଁ । ସେହିପରି ହ୍ୟାଣ୍ଡ-ଫ୍ରି ଡିଭାଇସରେ କଥାହେବା ସମୟରେ ଏହା ଗାଡ଼ିରେ ରଖିବା ପରିବର୍ତ୍ତେ ପକେଟରେ ରଖିଥିବା ଆବଶ୍ୟକ । ମାତ୍ର ଗାଡ଼ି ଚଳାଇବା ସମୟରେ ଆପଣମାନେ ସିଧାସଳଖ ମୋବାଇଲରେ କଥା ହେଉଥିଲେ ଆପଣଙ୍କଠାରୁ ଟ୍ରାଫିକ ଚାଲାଣ କଟାଯିବ ।