ବଲାଙ୍ଗୀର DIOଙ୍କ ଆତ୍ମହତ୍ୟା

ପଙ୍ଖାରେ ତାର ଲଗାଇ ଆତ୍ମହତ୍ୟା କଲେ ବଲାଙ୍ଗୀରର ସୂଚନା ଅଧିକାରୀ ସିଭିକେଏମ ରାଓ। ଝାରସୁଗୁଡା ଗତପତିନଗର ବାସଭବନରେ ସେ ଆତ୍ମହତ୍ୟା କରିଛନ୍ତି । ତେବେ କେଉଁ କାରଣକୁ କେନ୍ଦ୍ର କରି ସେ ଏପରି ଚରମ ନିଷ୍ପତ୍ତି ନେଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।
ଗତକାଲି ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଆଜି ତାଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଏହି ଘଟଣାକୁ ନେଇ ପୋଲିସ ଏକ ମାମଲା ରୁଜୁ କରିଥିବା ବେଳେ ପରିବାର ତଥା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ମାନସିକ ଚାପ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।