ରାଜ୍ୟରେ ଆଜି ୩ ହଜାର ୪୫୦ ଆକ୍ରାନ୍ତ ଚିହ୍ନଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ହଜାର ୪୫୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨ ହଜାର ୧୨ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧ ହଜାର ୪୩୮ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି । ସେହିପରି ରାଜ୍ୟରେ ୨୪ ଘଣ୍ଟାରେ ୭ ହଜାର ୭୬୭ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୭୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୧୫୨, ବାଲେଶ୍ୱରରୁ ୧୦୫, ବରଗଡ଼ରୁ ୮୨, ଭଦ୍ରକରୁ ୫୨, ବଲାଙ୍ଗୀରରୁ ୧୦୩, ବୌଦ୍ଧରୁ ୫୩, କଟକରୁ ୨୦୨, ଦେଓଗଡ଼ରୁ ୭୧, ଢେଙ୍କାନାଳରୁ ୩୫, ଗଜପତିରୁ ୭୩, ଗଞ୍ଜାମରୁ ୬୪, ଜଗତସିଂହପୁରରୁ ୬୪, ଯାଜପୁରରୁ ୭୩, ଝାରସୁଗୁଡ଼ାରୁ ୫୫, କଳାହାଣ୍ଡିରୁ ୬୩, କନ୍ଧମାଳରୁ ୪୪, କେନ୍ଦ୍ରାପଡ଼ାରୁ ୬୦, କେନ୍ଦୁଝରରୁ ୩୯, କୋରାପୁଟରୁ ୫୩, ମାଲକାନଗିରିରୁ ୧୬, ମୟୁରଭଞ୍ଜରୁ ୧୮୦, ନବରଙ୍ଗପୁରରୁ ୯୯, ନୟାଗଡ଼ରୁ ୧୨୫, ନୂଆପଡ଼ାରୁ ୧୮୧, ପୁରୀରୁ ୭୨, ରାୟଗଡ଼ାରୁ ୩୬, ସମ୍ବଲପୁରରୁ ୧୩୧, ସୋନପୁରରୁ ୨୧, ସୁନ୍ଦରଗଡ଼ରୁ ୨୮୭ ଓ ଷ୍ଟେଟ ପୁଲରୁ ୧୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave a comment