ହୋମିଓପ୍ୟାଥି ଚିକିତ୍ସା ଓ ଔଷଧରେ ଏମିତି ରହିଛି ରହସ୍ୟ

0

ରୋଗରୁ ମୁକ୍ତି ପାଇଁ ବ୍ୟବହୃତ ହେଉଥିବା ଅନେକ ପ୍ରକାର ଚିକିତ୍ସା ପଦ୍ଧତି ମଧ୍ୟରୁ ହୋମିଓପ୍ୟାଥି ଅନ୍ୟତମ । ଏହା ଛୋଟ ପିଲାଙ୍କ ପାଇଁ ଆଗ୍ରହୀ ଓ ଗ୍ରହଣୀୟ ଚିକିତ୍ସା ପଦ୍ଧତି କହିଲେ ଭୁଲ ହେବନି।କାରଣ ଏଥିରେ ଦିଆଯାଉଥିବା ଔଷଧ ବଟିକାଗୁଡ଼ିକ ପାଟିକୁ ମିଠା ଲାଗିଥାଏ । ଯାହାକି ପିଲାଙ୍କୁ ଖୁଆଇବାରେ ସହଜ ହୋଇଥାଏ।ଏହାସହ ହୋମିଓପ୍ୟାଥି ଔଷଧ ରୋଗକୁ ଶରୀରରୁ ମୂଳରୁ ଶେଷ କରିଦେଇଥାଏ ବୋଲି କୁହାଯାଏ। ଆଜିକାଲି ଅଧିକାଂଶ ଲୋକେ ହୋମିଓପ୍ୟାଥି ଔଷଧ ବ୍ୟବହାର କରିବାକୁ ଆଗ୍ରହୀ ହେଉଛନ୍ତି। ତେବେ ଏହା ବିଷୟରେ ଅନେକ ଅଜଣା କଥା ରହିଛି ଯାହାକୁ ଆଜି ଆମେ ଆପଣଙ୍କୁ ଜଣାଉଛୁ। ତେବେ ଚାଲନ୍ତୁ ଜାଣିବା ହୋମିଓପ୍ୟାଥି ଔଷଧ ମିଠା ଲାଗିବାର କାରଣ।ହୋମିଓପ୍ୟାଥି ଔଷଧ ଦେଖିବାରେ ଛୋଟ ହୋଇଥାଏ ସତ । ହେଲେ ଏହାର ଅନେକ ବିଶେଷତ୍ୱ ରହିଛି । ହୋମିଓପ୍ୟାଥି ଔଷଧ କାଚରେ ରଖିବା ଲାଭଦାୟକ ହୋଇଥାଏ । ଏହାକୁ ପ୍ଲାଷ୍ଟିକ ଡବାରେ ରଖାଯାଏ ସତ ହେଲେ କାଚ ଡବାରେ ଏହା ରଖିବା ଭଲ ହୋଇଥାଏ । କାରଣ ଏଥିରେ କିଛି ମାତ୍ରାର ଆଲକୋହଲ ବ୍ୟବହାର କରାଯାଏ । ସେଇ କାରଣରୁ ମିଠା ମିଠା ବଟିକା ଉପରେ ଏହି ଔଷଧ ପକାଇ ଦିଆଯାଇଥାଏ । ଏହି କେମିକାଲ ଟିକେ ଝିମ୍ ଝିମ୍ ମଧ୍ୟ ଲାଗିଥାଏ।

ଏଲୋପାଥି ଓ ଆୟୁର୍ବେଦିକ ଭଳି ହୋମିଓପ୍ୟାଥି ଏକ ଚିକିତ୍ସା ମଧ୍ୟମ ସତ, କିନ୍ତୁ ଏଲୋପାଥି ଭଳି ହୋମିଓପ୍ୟାଥି ଏକ୍ସପେରିମେଣ୍ଟ ପଶୁମାନଙ୍କ ଉପରେ କରାଯାଇ ନାହିଁ। ହୋମିଓପ୍ୟାଥି କେବଳ ମଣିଷମାନଙ୍କ ପାଇଁ ବ୍ୟବହାର ହୋଇଥାଏ । ଅନେକ ଭାବନ୍ତି ହୋମିଓପ୍ୟାଥିରେ କୌଣସି ପାର୍ଶ୍ଵ ପ୍ରତ୍ରିକ୍ରୀୟ ନଥାଏ, କିନ୍ତୁ ଏହା ଭୁଲ ଏହାର ଅନେକ ପାଶ୍ୱର୍ ପ୍ରତିକ୍ରିୟା ରହି ଥାଏ । କେବେ କେବେ ହୋମିଓପ୍ୟାଥି ଔଷଧ ଖାଇଲେ ଝାଡା-ବାନ୍ତି ଓ ସ୍କିନ ଏଲର୍ଜି ଭଳି ସମସ୍ୟା ଦେଖା ଦେଇଥାଏ । ହେଲେ କିଛି ରୋଗ ପାଇଁ ହୋମିଓପ୍ୟାଥିର ଔଷଧ ଖୁବ୍ ଭଲ ହୋଇଥାଏ ।ହୋମିଓପ୍ୟାଥି ଔଷଧ ପାଖାପାଖି ସବୁ ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଏ । ହେଲେ ଅସାଧ୍ୟ ରୋଗ ପାଇଁ ଏଲୋପ୍ୟାଥି ଔଷଧ ଖାଇବା ଉଚିତ୍ । ଏଲୋପାଥି ଔଷଧ ଖାଇଲେ ରୋଗ ସମ୍ପୂର୍ଣ୍ଣ ଭାବେ ଭଲ ହୁଏ ନାହିଁ । କିଛି ସମୟ ବା ଦିନ ଯାଏଁ ଠିକ୍ ହୁଏ ସତ ହେଲେ ପୁଣି ହୋଇଥାଏ । କିନ୍ତୁ ହୋମିଓପ୍ୟାଥି ଖାଇଲେ ତାହା ସମ୍ପୂର୍ଣ୍ଣ ଭାବେ ଭଲ ହୋଇଯାଏ।ହୋମିଓପ୍ୟାଥି ଔଷଧ ଖାଇଲେ ଡାକ୍ତର କିଛି ଖାଦ୍ୟ ଖାଇବା ପାଇଁ ବାରଣ କରିଥାନ୍ତି । ହୋମିଓପ୍ୟାଥି ଔଷଧ ଖାଇଲେ ଡାକ୍ତର କଫି, ପଖାଳ, ଖଟା, ଶୁଖୁଆ ଆଦି ଖାଇବାକୁ ମନା କରିଥାନ୍ତି । କାରଣ ଏସବୁ ଖାଇଲେ ଔଷଧର ପ୍ରଭାବ ପଡ଼ିବ ନାହିଁ । କେବଳ ସେତିକି ନୁହେଁ ଏହି ଔଷଧ ଖାଇବା ସମୟରେ କିଛି ଡାକ୍ତର ପର୍ଫ୍ୟୁମ ଲଗାଇବା ପାଇଁ ମଧ୍ୟ ମନା କରନ୍ତି ।

Leave a comment