ବିଜେଡି ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଅପହରଣ ଅଭିଯୋଗ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଣେ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ସୁନ୍ଦରଗଡ ସର୍ଗିପାଲି ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ କୁନୁ ମାଝୀଙ୍କୁ ଅପହରଣ କରିଥିବା ନେଇ ଅଭିଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ ।

ସୂଚନାଯୋଗ୍ୟ ଯେ, ୧୭ତାରିଖରେ କୁନୁ ନିଜ ନାମାଙ୍କନ ପତ୍ର ଲେଫ୍ରିପଡା ବ୍ଲକରେ ଦାଖଲ କରିବା ପରେ ୧୮ତାରିଖରୁ ଘରକୁ ଫେରିନାହାନ୍ତି । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଗ୍ରାମର ଜଣେ ବ୍ୟକ୍ତି ତାଙ୍କୁ ନେଇ ଯାଇଥିବା ନେଇ ସନ୍ଦେହ କରିବା ସହ ସର୍ଗିପାଲୀ ଫାଣ୍ଡିରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଶୀଘ୍ର କୁନୁଙ୍କୁ ଘରକୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି କୁନୁଙ୍କ ସ୍ତ୍ରୀ ଓ ଝିଅ । ସର୍ଗିପାଲି ଫାଣ୍ଡିରେ ଏ ନେଇ ମାମଲା ରୁଜୁ ହେବା ସହ ତଦନ୍ତ ଚାଲିଛି ।

Leave a comment