ପୁଣି ଭିଜାଇବ ବର୍ଷା; ୬ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଣି ଭିଜାଇବ ଅଦିନିଆ ବର୍ଷା। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ବର୍ଷା ହେବା । ଏଥିପାଇଁ ୬ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଜିଲ୍ଲା ଗୁଡିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରାପଡା। ଏନେଇ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୫ ତାରିଖରେ ଉପକୂଳ ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଅମଳ ଧାନକୁ ବାହାରେ ନରଖି ସୁରକ୍ଷିତ ସ୍ଥାନକୁ ଆଣିବା ସହିତ ୩ରୁ ୪ଦିନ ମଧ୍ୟରେ ରବି ଜାତୀୟ ଫସଲ ବୁଣାବୁଣି ଶେଷ କରିବାକୁ ପରାମର୍ଶ ଦିଆଯାଇଛି । ସେପଟେ ପଶ୍ଚିମା ଝଡ ପ୍ରଭାବରେ ରାତିର ସର୍ବନିମ୍ନ ତାପମାତ୍ରାରେ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଫଳରେ ଶୀତର ପ୍ରକୋପ ହ୍ରାସ ପାଇବା ସହିତ ହାଲୁକା କୁହୁଡ଼ି ପଡିବ ।

Leave a comment