ପ୍ରଳୟ’ର ବ୍ୟବହାରିକ ପରୀକ୍ଷଣ ସଫଳ

0

ବାଲେଶ୍ବର ୨୨।୧୨: ‘ପ୍ରଳୟ’ ବ୍ୟବହାରିକ ପରୀକ୍ଷଣ ସଫଳ । ବାଲେଶ୍ୱର ଚାନ୍ଦିପୁର ଅବଦୁଲ କଲାମ ଦୀପରୁ ଏହାର ପରୀକ୍ଷଣ ହୋଇଛି । ସକାଳ ୧୦ଟା ୨୦ ମିନିଟରେ ‘ପ୍ରଳୟ’ର ବ୍ୟବହାରିକ ପରୀକ୍ଷଣ ହୋଇଛି ।
ଖବର ଅନୁଯାୟୀ, ସର୍ଟ ରେଞ୍ଜ୍ ବାଲିଷ୍ଟିକ ମିସାଇଲ ‘ପ୍ରଳୟ’ର ବ୍ୟବହାରିକ ପରୀକ୍ଷଣ । ସକାଳ ୧୦ଟା ୨୦ରେ ଅବଦୁଲ କଲାମ ଦ୍ବୀପରୁ ଏହାର ବ୍ୟବହାରିକ ପରୀକ୍ଷଣ ହୋଇଛି । ଏହା ଏକ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର । ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରିପାରିବ ପ୍ରଳୟ । ପ୍ରାୟ ୩୫୦ରୁ ୫ ଶହ କିମି ପର୍ଯ୍ୟନ୍ତ ଏହାର ଲକ୍ଷ୍ୟଭେଦ କ୍ଷମତା ରହିଛି । ସେହିପରି ଏକାସାଙ୍ଗେ ୫ ଶହରୁ ହଜାରେ କିଲୋଗ୍ରାମ ମଧ୍ୟରେ ଯୁଦ୍ଧାସ୍ତ୍ର ବହନ କରି ପାରିବ ସକ୍ଷମ ପ୍ରଳୟ ।
ତେବେ ଏହି ପ୍ରଳୟ ମିସାଇଲ୍‌କୁ ଡିଆରଡିଓ ପ୍ରସ୍ତୁତ କରିଛି । ପ୍ରଳୟର ବ୍ୟବହାରିକ ପରୀକ୍ଷଣ ସଫଳ ପରେ ଡିଆର୍‌ଡିଓକୁ ଛୁଟିଛି ଶୁଭେଚ୍ଛାର ସୁଅ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଟ୍ୱିଟ୍‌ ଯୋଗେ ଡିଆର୍‌ଡିଓକୁ ଏହି ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

Leave a comment