ସଞ୍ଜୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ବ୍ରହ୍ମଗିରିରେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ବୈଠକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜୁ ଜନତା ଦଳ ପକ୍ଷରୁ ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ୨୮ନଂ ଜୋନ୍ ୧୦ଗୋଟି ପଞ୍ଚାୟତର ସୁଦୃଢ଼ କର୍ମୀଙ୍କୁ ନେଇ ବେଣ୍ଟପୁର ପଞ୍ଚାୟତ ଠାରେ ବିଜୁ ଜନତା ଦଳର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମା ଯୋଗ ଦେଇ ଆଗାମୀ ପଞ୍ଚାୟତ ନିର୍ବାଚନରେ ୱାର୍ଡ଼ ସ୍ତରରୁ ଆରମ୍ଭ କରି ଜିଲ୍ଲା ପରିଷଦ ପର୍ଯ୍ୟନ୍ତ ନିର୍ବାଚନୀ ରଣନିତି ପ୍ରସ୍ତୁତ କରିବା ସହ ନବୀନ ପଟ୍ଟନାୟକଙ୍କ ଜନ କଲ୍ୟାଣକାରୀ ଯୋଜନା ଘରେ ଘରେ ପହଞ୍ଚାଇବା ଜଣେବି ହିତାଧିକାରୀ ଯେପରି ସୁଫଳ ଯୋଜନା ପାଇବାରୁ ବଞ୍ଚିତ ନହୁଅନ୍ତି ସେଥିପ୍ରତି ଗୁରୁତ୍ୱ ଦେବା ସହିତ କର୍ମୀମାନଙ୍କ ୱାର୍ଡ଼ ସ୍ତରକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଅବସରରେ ବ୍ରହ୍ମଗିରି ବ୍ଲକ ସଭାପତି ବିଦ୍ୟାଧର ସ୍ଵାଇଁ, ଜିଲ୍ଲା ପରିଷଦ ସଦସ୍ୟ କୈଳାସ ଚନ୍ଦ୍ର ପରିଡ଼ା, ବରିଷ୍ଠ ନେତା ଭଗବାନ ନାୟକ, ବାରେଣି ଜେନା, ପ୍ରଫୁଲ୍ଲ ଜେନା, ବାବାଜୀ ସାମନ୍ତରାୟ, ସମିତି ସଦସ୍ୟ ଯୁଧିଷ୍ଠିର ନାୟକ, ଅକ୍ଷୟ ଜେନା, ବିଜୟ ଦଳେଇ ଓ ବିକାଶ ମଲିକ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।