ପ୍ରଭାତ ତ୍ରିପାଠୀଙ୍କ ଆବେଦନ ଖାରଜ, ପ୍ରଦୀପକୁ ଜାମିନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲା। ପ୍ରଭାତ ତ୍ରିପାଠୀଙ୍କ ଆବେଦନ ଖାରଜ, ପ୍ରଦୀପକୁ ଜାମିନ । ପ୍ରଦୀପଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଓଡିଶା ହାଇକୋର୍ଟ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲାରେ ମିଳିଲା ଏହି ଜାମିନ ମିଳିଥିବା ସୂଚନା ମିଳିଛି।ଅର୍ଥତତ୍ତ୍ବ ଚିଟଫଣ୍ଡ ମାମାଲରେ ଦୋଷୀ ସାବ୍ୟସ୍ତ ହୋଇ ଝାରପଡାରେ ଜେଲରେ ଅଛନ୍ତି ପ୍ରଦୀପ।
ପୂର୍ବରୁ ଝାରପଡା ଜେଲରେ ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ବାଥରୁମ୍ କବାଟ ବନ୍ଦ କରି ଇନଭର୍ଟର ତାରରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ପ୍ରଦୀପ । ତେବେ ଏକଥା ଜଣାପଡାଯିବା ପରେ କବାଟ ଭାଙ୍ଗି ତାଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା।
ସୂଚନା ଅନୁଯାୟୀ, ଜେଲର ଜଣେ କର୍ମଚାରୀଙ୍କ ସହ ପ୍ରଦୀପଙ୍କର ଝଗଡା ହୋଇଥିଲା। ପରେ ସେ ଏକ ତାର ଜରିଆରେ ବାଥରୁମରେ ଆତ୍ମହତ୍ୟା ପାଇ ଉଦ୍ୟମ କରିଥିଲେ । ଖବର ପାଇ ଜେଲ କର୍ତ୍ତୃପକ୍ଷ ଉଦ୍ଧାର କରିବା ସହ ଜେଲ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସା ପରେ ପ୍ରଦୀପ ମାନସିକ ଭାବେ ବିକୃତ ଥିବା ଜଣାପଡିଛି । ତେଣୁ ତାଙ୍କୁ କଟକ ବଡ ମେଡିକାଲକୁ ପଠାଇ ଦିଆଯାଇଥିଲା। ମେଡ଼ିକାଲର ସାଇକଟିଷ୍ଟ ବିଭାଗର ୬ ନମ୍ବର ଓ୍ୱାର୍ଡରେ ରଖାଯାଇଛି । ପୂର୍ବରୁ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ ପ୍ରଦୀପ ।