ବିଜେପି ଓ କଂଗ୍ରେସ ଛାଡି ବିଜେଡିରେ ସାମିଲ ହେଲେ ବହୁ କର୍ମୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବ୍ରହ୍ମଗିରି ବିଜେଡି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ବ୍ରହ୍ମଗିରି, କୃଷ୍ଣପ୍ରସାଦ ବ୍ଲକର ବହୁ ବିଜେପି, କଂଗ୍ରେସର ନେତୃବୃନ୍ଦ ଓ କର୍ମୀ ବିଜେଡିରେ ସାମିଲ ହୋଇଥିଲେ । ପୂର୍ବତନ ପିସିସି ସଦସ୍ୟ କେଦାରନାଥ ଜେନାଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଥିଲେ । ପଣସପଦା, ସିଆରା, ଜହ୍ନିକୁଦା, ଚିଲିକାର ଅନେକ ମସ୍ୟଜୀବୀ ନେତୃବୃନ୍ଦ ମଧ୍ୟ ବିଜେଡି ନୀତି ଆଦର୍ଶକୁ ଗ୍ରହଣ କରି ଦଳରେ ସାମିଲ ହୋଇଥିଲେ ।