ନକ୍ସଲଙ୍କ ବିରୋଧରେ ଲାଗିଲା ପୋଷ୍ଟର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ସିପିଆଇ ମାଓବାଦୀ ଘୁମୁସର-ନାଗାବଳୀ ଡିଭିଜନର ସଂପାଦକ ଉମାକାନ୍ତଙ୍କ ଦ୍ୱାରା ଜାରି କରାଯାଇଥିବା ଅଡିଓ ଟେପ୍କୁ ଆଜି ବରୋଧ କରାଯାଇଛି । ସଂପୂର୍ଣ୍ଣ ହଂସା ମୁକ୍ତ ଓଡ଼ିଆ ଅଭିଯାନର ଜିଲ୍ଲା କମିଟି ତରଫରୁ ମୁନିଗୁଡ଼ା ବସ୍ଷ୍ଟାଣ୍ଡ, ପ୍ରାଥମିକ ବିଦ୍ୟାଳୟ ଓ ବସରେ ଅଡିଓ ଟେପ ବିରୋଧରେ ପୋଷ୍ଟର ମରାଯାଇଛି ।

ଏହି ପୋଷ୍ଟରରେ ଓଡ଼ିଶା କାହାର ପୈତୃକ ସମ୍ପତ୍ତି ନୁହେଁ ବୋଲି ଲେଖାଯିବା ସହ ଆଦିବାସୀ ଓ ଚାଷୀଙ୍କ ବିକାଶ ଯଦି ଚାହୁଁଛ ତେବେ ସରକାରଙ୍କ ବିକାଶ ମୂଳକ ପଦକ୍ଷପକୁ କାହିଁକି ବିରୋଧ କରୁଛ ବୋଲି ସେଥିରେ ପ୍ରଶ୍ନ କରାଯାଇଛି ।
ଏଥିସହ ଓଡ଼ିଶା ରାଜ୍ୟ ନକ୍ସଲ ମୁର୍ଦାବାଦ, ବଘୁନା ଡିଭିଜନାଲ କମିଟି ମୁର୍ଦାବାଦ ଓ ବଘୁନା ସମ୍ପାଦକ ଉକାମାନ୍ତ ମୁର୍ଦାବାଦ ବୋଲି ମଧ୍ୟ ପୋଷ୍ଟରରେ ଉଲ୍ଲେଖ ରହିଛି । କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ରେ ମଧ୍ୟ ନକ୍ସଲ ବିରୋଧୀ ପୋଷ୍ଟର ମରାଯାଇଛି। ସେଠାରେ ବି ସମ୍ପୂର୍ଣ୍ଣ ହିଂସା ମୁକ୍ତ ଓଡ଼ିଶା ଅଭିଯାନ ପକ୍ଷରୁ ଏହି ପୋଷ୍ଟର ଲାଗିଛି। ପୋଷ୍ଟରରେ ନକ୍ସଲଙ୍କୁ ଖୋଲା ଚ୍ୟାଲେଞ୍ଚ କରାଯାଇଛି। ତୁରନ୍ତ କଳାହାଣ୍ଡି ଛାଡ଼ିବାକୁ ସେମାନଙ୍କୁ କୁହାଯାଇଛି।
ସୂଚନା ଅନୁଯାୟୀ, ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ସିପିଆଇ ମାଓବାଦୀ ଘୁମୁସର-ନାଗାବଳୀ ଡିଭିଜନର ସଂପାଦକ ଉମାକାନ୍ତ କହିଥିଲେ ଯେ ନବୀନ ପଟ୍ଟନାୟକ ସରକାର ଫମ୍ପା ମାଠିଆ ଓ ‘ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ’କୁ ‘ଓଡ଼ିଶା ବିକ୍ରି କନ୍କ୍ଲେଭ’ ବୋଲି ମଧ୍ୟ କହିଥିଲେ ।