ବନ୍ଧୁକ ବେପାରୀ ଗିରଫ, ଦେଶୀ ବନ୍ଧୁକ, ୩ରାଉଣ୍ଡ ଗୁଳି ଜବତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପେସା ଅଟୋ ଚଳାଇବା । କିନ୍ତିୁ ନିଶା ଥିଲା ବନ୍ଧୁକ ବେପାର । ସେ ହେଲେ ନିମାପଡା ବଉଳପଡା ଅଞ୍ଚଳର ଶେଖ୍‌ ମୁସ୍ତାକ ଅଲି ଖାନ୍‌ । ତାଙ୍କ ନିକଟରୁ ପୋଲିସ ଗୋଟିଏ ଦେଶୀ ବନ୍ଧୁକ, ୩ରାଉଣ୍ଡ ଗୁଳି ଏବଂ ଗୋଟିଏ ଅଟୋ ଜବତ କରିଛି । ଏ ନେଇ ଥାନାରେ ୫୪୦/୧୮ ନଂ ରେ ଏକ ମାମଲା ରୁଜୁ ହୋଇଛି ।

ସୂଚନା ଅନୁଯାୟୀ, ମୁସ୍ତାକ ରାଜଧାନୀରେ ଅଟୋ ଚଳାଇବା ବାହାନାରେ ବନ୍ଧୁକ ବେପାର କରନ୍ତି । ବର୍ଷେ ତଳେ ତାଙ୍କ ଭଣଜା ଅଜମତ ଅଲି ଖାନ ଓ ତାଙ୍କ ସହଯୋଗୀମାନେ ସିଫା ନିକଟ ଆନ୍ଧ୍ରବ୍ୟାଙ୍କରୁ ଲୁଟପାଟ କରିଥିଲେ । ଲୁଟପାଟରେ ସେମାନେ ମୁସ୍ତାକଙ୍କଠାରୁ ଜବତ କରାଯାଇଥିବା ବନ୍ଧୁକ ବ୍ୟବହାର କରିଥିଲେ । ତେଣୁ ବନ୍ଧୁକକୁ ଲୁଚାଇ ରଖିବା ପାଇଁ ଅଜମତ ମୁସ୍ତାକଙ୍କୁ କହିଥିଲେ । ମୁସ୍ତାକ ଗୁରୁବାର ରାତି ପ୍ରାୟ ୧.୩୦ ରେ ଗଣ୍ଡମୁଣ୍ଡା ଦେଇ ଯାଉଥିବା ଖବର ପାଇ ପୋଲିସ ସେଠାରେ ପହଞ୍ଚି ଅଟୋକୁ ଅଟକାଇ ଯାଞ୍ଚ କରିଥିଲା । ତାଙ୍କ ନିକଟରୁ ଏକ ବନ୍ଧୁକ ଜବତ କରାଯାଇଥିଲା । ମୁସ୍ତାକ ବନ୍ଧୁକ ବେପାର କରୁଥିବା ଥାନା ଅଧିକାରୀ ହିମାଂଶୁ ଭୂଷଣ ସ୍ବାଇଁ କହିଛନ୍ତି । ସେ କେଉଁମାନଙ୍କୁ ବନ୍ଧୁକ ବିକ୍ରି କରିଛନ୍ତି ତାହାର ତଦନ୍ତ ଚାଲିଛି ।

Leave a comment