ମାଷ୍ଟରକ୍ୟାଣ୍ଟିନ ରୁ ରାଜମହଲ ଛକ ମଧ୍ୟରେ ଅସହାୟ ଲୋକ ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାମାଜିକ ସଙ୍ଘଠନ ପରିବର୍ତନ ଯୋଦ୍ଧାର ଭୁବନଶ୍ୱର ଟିମ ଓ ଟେମ୍ପଲ ସିଟି କଲେଜର ବୈଷୟିକ ଛାତ୍ର ମାନଙ୍କ ମିଳିତ ଆନୁକୂଲ୍ୟରେ ଆଜି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ରୁ ରାଜମହଲ ଛକ ଭିତରେ ଅସହାୟ ଲୋକ ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଗଲା. ଏହି କାର୍ଯ୍ୟକ୍ରମରେ ୟୁବ ଇଞ୍ଜିନିଅର ତଥା ପରିବର୍ତନ ଯୋଦ୍ଧା ର ସଭାପତି ପରମବ୍ରହ୍ମ ରାଉତ,ରାକେଶ ନାୟକ,ମହେନ୍ଦ୍ର ବରାଳ, ଅଭିନାଶ ନନ୍ଦ,ଓ ପରିବର୍ତନ ଯୋଦ୍ଧା ର ସଂଘଠକ ତଥା ଟେମ୍ପଲ ସିଟି କଲେଜର ଆର.ଏସ ମୁନ୍ନା ଙ୍କ ନେତୃତ୍ୱରେ କଲେଜର ୫୦ ରୁ ୧୦୦ ଛାତ୍ର ଏହି ମହତ୍ୱ କାର୍ଯ୍ୟକ୍ରମ ରେ ସାମିଲ ଥିଲେ ।